ଆଇପିଏଲରେ ବିରଳ ରେକର୍ଡ: ୧୦୦୦ ରନ୍, ୧୦୦ ୱିକେଟ୍, ୧୦୦ କ୍ୟାଚ୍

ନୂଆଦିଲ୍ଲୀ: ଆଇପିଏଲ ଇତିହାସରେ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି ଅଲ-ରାଉଣ୍ଡର ରବିନ୍ଦ୍ର ଜାଡେଜା । ସୋମବାର ରାତିରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁକାବିଲାରେ ଜାଡେଜା ଦୁଇଟି କ୍ୟାଚ୍‌ ଓ ତିନିଟି ୱିକେଟ୍‌ ଅକ୍ତିଆର କରିଥିଲେ । ଜାଡେଜା ଖେଳ ଭିତରେ ଏପରି ବିଭୋର ହୋଇଯାଇଥିଲେ ଯେ ତାଙ୍କ ନିଜ ରେକର୍ଡ ସଂପର୍କରେ ସୂଚନା ପାଇ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ ।

ଗଣମାଧ୍ୟମ ପ୍ରଶ୍ନର ଜବାବ ଦେବାକୁ ଯାଇ ସେ କହିଛନ୍ତି, ମୁଁ ଚେନ୍ନାଇ ପାଇଁ ଖେଳିଲା ବେଳେ ବୋଲିଂକୁ ପ୍ରାଥମିକତା ଦେଇଥାଏ । ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ଦଳ କୋଲକାତାକୁ ୭ ୱିକେଟରେ ପରାଜିତ କରିଛି ।

ଚେନ୍ନାଇ ଟସ୍‌ ଜିତି ବୋଲିଂ ନିଷ୍ପତି ନେଇଥିଲା । କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୩୭ ରନ୍‌ କରିଥିଲା । ଜବାବରେ ଚେନ୍ନାଇ ଦଳ ମାତ୍ର ତିନୋଟି ୱିକେଟ୍‌ ହରାଇ ବିଜୟ ସୂଚକ ୧୪୧ ରନ୍‌ ହାସଲ କରିଥିଲା ।