ପ୍ରଚାରକୁ ଓହ୍ଲାଇଲେ ବିଜେପି ତାରକା ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବିଧି ମୁତାବକ ୨୦୨୪ ଲୋକସଭା ନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେପି ତାରକା ନରେନ୍ଦ୍ର ମୋଦୀ । ବିଜେପି ପାଇଁ ଭୋଟ ମାଗିବାକୁ ଯାଉଥିଲା ବେଳେ ନରେନ୍ଦ୍ର ମୋଦୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ଉଚିତ ହେବନି ।

ଭାରତର ପ୍ରଧାନମନ୍ତ୍ରୀ ପଦବୀ ଏକ ସାମ୍ବିଧାନିକ ପଦବୀ ଓ ଦଳୀୟ ସଂକୀର୍ଣ୍ଣତାଠାରୁ ଯଥେଷ୍ଟ ଉପରେ । ବିଜେପି ପାଇଁ ଭୋଟ ମାଗୁଥିବା ସମୟରେ ନରେନ୍ଦ୍ର ମୋଦୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ମଣିବା ଅନୁଚିତ ।
ତିନୋଟି ରାଜ୍ୟର ତିନୋଟି ସ୍ଥାନରେ ମୋଦୀଙ୍କ ପ୍ରଚାର ଦେଖିବାକୁ ମିଳିବ ।

ୟୁପିର ପିଲିଭିତ ଓ ମଧ୍ୟପ୍ରଦେଶର ବାଲାଘାଟରେ ଅନୁଷ୍ଠିତ ଜନସମାବେଶରେ ବିଜେପି ପାଇଁ ଭୋଟ-ମାଗି ମୋଦିଜୀ । ତାମିଲନାଡୁର ଚେନ୍ନାଇରେ ଏକ ରୋଡ୍ ସୋ’ରେ ମୋଦିଜୀ ।

ସୂଚନା ମୁତାବକ, ମଙ୍ଗଳବାର ଦିନ ୧୧ଟାରେ ମୋଦିଜୀ ପିଲିଭିତ ଜନସମାବେଶରେ ବିଜେପି ନେତା ଜିତିନ ପ୍ରସାଦଙ୍କ ପାଇଁ ଭୋଟ ମାଗିଛନ୍ତି । ଦିନ ସାଢେ଼ ୨ଟାରେ ବାଲାଘାଟରେ ପହଂଚି ସନ୍ଧ୍ୟା ସାଢେ଼ ୬ଟାରେ ଚେନ୍ନାଇ ରୋଡ୍ ସୋ’କୁ ପରିଚାଳନା କରିଛନ୍ତି ମୋଦିଜୀ ।