ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଗୋଟିଏ ଘରୋଇ ହଷ୍ଟେଲରୁ ଜନୈକ ଯୁବତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ । ବରଗଡ଼ ଥାନା ଅନ୍ତର୍ଗତ ବିଜେବି ନଗର ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଝିଅଟି ଆତ୍ମହତ୍ୟା କରିଛନ୍ତି କି ହତ୍ୟାର ଶିକାର ହୋଇଛନ୍ତି; ତାହା ଅଦ୍ୟାପି ସ୍ପଷ୍ଟ ହୋଇନି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ମୃତ ଛାତ୍ରୀଙ୍କ ନାମ ସରୋଜିନୀ ଓ ବୟସ ପ୍ରାୟ ୨୧ ବର୍ଷ ।

ସରୋଜିନୀଙ୍କ ଘର ପୁରୀ ଜିଲ୍ଲାର ଜଗଦଲପୁର ଅଂଚଳରେ । ସେ ଭୁବନେଶ୍ୱରରେ ରହି ଏକ ହୋଟେଲରେ କାମ କରୁଥିଲେ । ଛାତ୍ରୀଙ୍କ ମୃତ୍ୟୁ ସଂପର୍କରେ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି ।

ସୋମବାର ରାତିରେ ଯୋଉ ରୁମରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା; ପରିବାର ଲୋକଙ୍କ ବିନା ଅନୁମତିରେ ସେ ରୁମ୍‌ କବାଟକୁ କାହିଁକି ଭାଙ୍ଗି ଦିଆ ଯାଇଥିଲା ବୋଲି ଜଣେ ଆଇନଜୀବୀ ପ୍ରଶ୍ନ କରିଛନ୍ତି ।