ଟିମ୍‌ ଇଣ୍ଡିଆକୁ ସୁନୀଲ ଗାଭାସ୍କରଙ୍କର କଡ଼ା ଚେତାବନୀ

ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ….

ନୂଆଦିଲ୍ଲୀ: ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଦିନିକିଆ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ୨୧ ରନ୍‌ରେ ହାରିଲା ଟିମ୍‌ ଇଣ୍ଡିଆ । ଫଳରେ ଦିନିକିଆ ର‍୍ୟାକିଙ୍ଗରେ ଟିମ୍‌ ଇଣ୍ଡିଆ ଏକ ନମ୍ବରରେ ରହି ପାରିଲାନି । ଭାରତ ଦିନିକିଆ ସିରିଜକୁ ୧-୨ ବ୍ୟବଧାନରେ ହାତଛଡ଼ା କଲା । ଟିମ୍‌ ଇଣ୍ଡିଆର ପରାଜୟକୁ ସହଜରେ ଗ୍ରହଣ କରିନାହାନ୍ତି ସୁନୀଲ ଗାଭାସ୍କର । ସେ କହିଛନ୍ତି, ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଛି ଲୋଭନୀୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌) । ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ଦିନିକିଆ ସିରିଜ ପରାଜୟକୁ ଭୁଲିଯିବା ଉଚିତ ହେବନି । ଅକ୍ଟୋବର-ନଭେମ୍ବରରେ ଆରମ୍ଭ ହେବାକୁ ଯାଉଛି ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌ । ଉକ୍ତ ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ କଡ଼ା ମେହେନତ୍‌ କରିବାକୁ ପଡ଼ିବ ।

ବିଶ୍ୱକପରେ ଭାରତକୁ ପୁଣି ଅଷ୍ଟ୍ରେଲିଆର ସାମ୍ନା କରିବାକୁ ପଡ଼ିବ । ସାମାନ୍ୟ ଭୁଲ ଇଣ୍ଡିଆକୁ ପରାଜୟର ଦ୍ୱାରଦେଶରେ ପହଂଚାଇ ଦେଇପାରେ । ଭାରତ ଆକସ୍ମିକ ଭୁଲ କରିପାରେ; ମାତ୍ର ଜାଣିଶୁଣି ଭୁଲ କରିବା ଅକ୍ଷମଣୀୟ ଅପରାଧ । ଅଷ୍ଟ୍ରେଲିଆ ଖେଳାଳିଙ୍କ ମିଳିତ ଚାପ ନିକଟରେ ଭାରତ ହାରିବାକୁ ବାଧ୍ୟ ହୋଇଥିଲା । ଅଷ୍ଟ୍ରେଲିଆ ଖେଳାଳିମାନେ ପଡ଼ିଆ ସୀମାକୁ ଏକପ୍ରକାର ସିଲ କରି ଦେଇଥିଲେ । ପରିଣାମ ସ୍ୱରୂପ ଭାରତର ବ୍ୟାଟ୍ସମ୍ୟାନ ଗୋଟିଏ ବି ରନ୍‌ କରିବା ପାଇଁ ଆଣ୍ଠେଇ ପଡୁଥିଲେ । ଅଷ୍ଟ୍ରେଲିଆଠାରୁ ଦିନିକିଆ ସିରିଜ ପରାଜୟରୁ ଭାରତ କିଛି ଶିଖିବାକୁ ଚେଷ୍ଟା କରିବା ଉଚିତ ।