ଟି-୨୦ ରାଙ୍କିଙ୍ଗ: ଉଠିଲେ ରାହୁଲ, ଖସିଲେ କୋହଲି

ଦୁବାଇ: ଆଇସିସି ପକ୍ଷରୁ ଟି-୨୦ ବ୍ୟାଟସମ୍ୟାନ ରାଙ୍କିଙ୍ଗ ଜାରି କରାଯାଇଛି । ଏଥିରେ ବିରାଟ ତଳକୁ ଖସି କେଏଲ ରାହୁଲ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି । ରାହୁଲ ୩ଟି ସ୍ଥାନ ଉପରକୁ ଉଠି ୫ମରେ ପହଞ୍ଚିଛନ୍ତି । ସେ ଚଳିତ ଟି-୨୦ ବିଶ୍ୱକପରେ ୩ ମ୍ୟାଚରେ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ତାଙ୍କୁ ବ୍ୟାଟସମ୍ୟାନ ରାଙ୍କିଙ୍ଗରେ ଫାଇଦା ମିଳିଛି । ବିରାଟଙ୍କ ରାଙ୍କିଙ୍ଗ ତଳକୁ ଖସିଛି । ଆଇସିସି ଜାରି କରିଥିବା ଟି-୨୦ ରାଙ୍କିଙ୍ଗର ଶ୍ରେଷ୍ଠ ୧୦ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଭାରତର କେବଳ ରାହୁଲ ଓ ବିରାଟ ରହିଛନ୍ତି