୧୫ରୁ ଖୋଲିବା ଷଷ୍ଠ ଓ ସପ୍ତମ

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ୍‌ ଖୋଲିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ । ଏହା ଆସନ୍ତା ନଭେମ୍ବର ୧୫ରୁ କୋଭିଡ୍‌ ଗାଇଡଲାଇନ ଅନୁସାରେ ପାଠପଢ଼ା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ଜାରି ରହିଛି । ଶେଷରେ ଏହି ଦୁଇଟି ଶ୍ରେଣୀର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଷଷ୍ଠ ଓ ସପ୍ତମ କ୍ଲାସ୍‌ ସକାଳ ୯.୩୦ରୁ ଦିନ ୧ଟା ଯାଏ ଖୋଲା ରହିବ । ଛାତ୍ରଛାତ୍ରୀମାନେ ଚାହିଁଲେ ଅନଲାଇନ୍‌ ଓ ଅଫଲାଇନ୍‌ କ୍ଲାସ୍‌ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।