କୋହଲିଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତକୁ ହାଇଦ୍ରାବାଦରୁ ଗିରଫ କରିଛି ମୁମ୍ବାଇ ପୁଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ରାମନାଗେଶ ଅଲିବଥିନି । ୨୩ ବର୍ଷୀୟ ରାମନାଗେଶଙ୍କୁ ମୁମ୍ବାଇର ସାଇବର ସେଲ ପୁଲିସ ଗିରଫ କରିଛି । ପ୍ରକାଶ ଯେ, ଅଭିଯୁକ୍ତ ରାମନାଗେଶ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ହାରିବା ହେବା ପରେ ବିରାଟ କୋହଲି ଓ ତାଙ୍କ ପରିବାରକୁ ଧମକ ମିଳିବା ସହ ଟ୍ୱିଟରରେ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ମିଳିଥିଲା । ଏହି ଧମକ ମିଳିବା ପରେ ଦିଲ୍ଲୀ ମହିଳା ଆୟୋଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ କହିଥିଲା । ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ଦିଲ୍ଲୀ ପୁଲିସକୁ ନୋଟିସ କରିଥିଲା ଦିଲ୍ଲୀ ମହିଳା ଆୟୋଗ ।