ରୋହିତଙ୍କ ଅଧିନାୟକତ୍ୱକୁ ନେଇ ବୟାନ ରଖିଲେ ଗ୍ରେମ ସ୍ୱାନ

ନୂଆଦିଲ୍ଲୀ: ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ରୋହିତ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । କାରଣ ଟି-୨୦ ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ପଦ ଛାଡିଛନ୍ତି ବିରାଟ କୋହଲି । ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ନେଇ ବୟାନ ରଖିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରେମ ସ୍ୱାନ । ଗ୍ରେମ ସ୍ୱାନ କହିଛନ୍ତି ଯେ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ଦେବାର ନଥିଲା । କାରଣ ବୟସକୁ ଦୃଷ୍ଟିରେ ରଖି ତାଙ୍କ ବଦଳରେ ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ ଦେବାର ଥିଲା । ରୋହିତ ଲମ୍ବା ସମୟ ପର୍ଯ୍ୟନ୍ତ ସେ ଟିମ୍‌ ଇଣ୍ଡିଆର ଅଧିନାୟକ ରହିପାରିବେ ନାହିଁ । ଅନ୍ୟପଟେ ରିଷଭ ପନ୍ତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳର ମଙ୍ଗ ସମ୍ଭାଳି ପାରିବେ । ଅଧିନାୟକ ଭାବେ ନିଜ ଖେଳରେ ଅନେକ ସୁଧାର ଆଣିଛନ୍ତି ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ । ସେ ଧୋନୀ ଓ କୋହଲିଙ୍କ ଗୁଣ ରିଷଭଙ୍କ ଠାରେ ଭରି ରହିଛି । ବିରାଟଙ୍କ ଭଳି ରିଷଭ ପଡିଆ ମଝିରେ ଜୋଶର ସହ ଖେଳିଥାନ୍ତି । ସେହିଭଳି ୱିକେଟ ପଛରେ ବୋଲରଙ୍କୁ ଉତ୍ସାହିତ କରିବାର ସୁଯୋଗ ଛାଡନ୍ତି ନାହିଁ ରିଷଭ । ସେହିପରି ଦିଲ୍ଲୀକୁ ପ୍ଲେ-ଅଫରେ ପହଞ୍ଚାଇଥିଲେ ରିଷଭ ପନ୍ତ । ଏହାଛଡା ରିଷଭ ତିନି ଫର୍ମାଟରେ ଖେଳି ଆସୁଥିବାରୁ ଅଧିନାୟକ ପଦ ପାଇଁ ସବୁଠୁ ଯୋଗ୍ୟ ବୋଲି ଇଂଲଣ୍ଡର ପୂର୍ବତନ କ୍ରିକେଟର କହିଛନ୍ତି ।