ଦିଲ୍ଲୀରେ ଅଣ ନିଶ୍ୱାସୀ ହେଲାଣି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଣ ନିଶ୍ୱାସୀ ହେଲାଣି ବାୟୁ ପ୍ରଦୂଷଣ । ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଦିଲ୍ଲୀବାସୀ । ବୁଧବାର ସକାଳୁ ଦିଲ୍ଲୀର ଏୟାର କ୍ୱାଲିଟି ୩୮୨ ରେକର୍ଡ ହୋଇଛି । ଦିଲ୍ଲୀ ୟୁନିଭର୍ସିଟିର ନର୍ଥ କ୍ୟାମ୍ପସରେ ଏୟାର କ୍ୱାଲିଟି ୪୪୧ ରେକର୍ଡ ହୋଇଥିବା ମଥୁରା ରୋଡରେ ୪୨୨, ଲୋଧିରୋଡ୍‌ ଓ ଆଇଆଇଟି ଦିଲ୍ଲୀରେ ଇଛଓ ୩୬୭ ରେକର୍ଡ ହୋଇଛି । ତେବେ ପବନର ବେଗ ସାମାନ୍ୟ ବଢ଼ିଥିବାରୁ ପ୍ରଦୂଷଣ ମାତ୍ରା ଗତ ଦୁଇ ଦିନ ତୁଳନାରେ କମ୍‌ ହୋଇଥିବା ଜଣାପଡିଛି