ଆଫଗାନିସ୍ତାନକୁ ହରାଇଲା ଟିମ ଇଣ୍ଡିଆ

ଆବୁଧାବି: ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ୍‌ ନିକଟରୁ ଲଗାତାର ଲଜ୍ଜାଜନକ ପରାଜୟ ବରଣ ପରେ ଭାରତ ଚଳିତ ଟି-୨୦ ବିଶ୍ବକପ୍‌ରେ ବୁଧବାର ଆଫ୍‌ଗାନିସ୍ତାନକୁ ୬୬ ରନ୍‌ରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି । ଭାରତର ୨୧୦/୨ ଜବାବରେ ଆଫ୍‌ଗାନିସ୍ତାନ ୭ ୱିକେଟ୍‌ ବିନିମୟରେ ୧୪୪ ରନ୍‌ କରିପାରିଥିଲା । ଟି-୨୦ ବିଶ୍ବକପ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ମଧ୍ୟ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି । ଏହି ଫର୍ମାଟ୍‌ ବିଶ୍ବକପ୍‌ରେ ପରସ୍ପର ୩ ଥର ମୁହାଁମୁହିଁ ହୋଇଥିଲା ବେଳେ ସବୁଥର ଭାରତର ହିଁ ଜିତାପଟ ହୋଇଛି। ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଏହି ବିଜୟ ସହ ଭାରତ ପଏଣ୍ଟ ତାଲିକାର ୫ମରୁ ୪ର୍ଥକୁ ଉଠିଛି ।