ଲେଡି ଗାଗାଙ୍କ ନ୍ୟୁଡ୍‌ ଫଟୋ ସୁଟ

ନୂଆଦିଲ୍ଲୀ: ଆମେରିକୀୟ ପପ୍‌ ସିଙ୍ଗର ଲେଡି ଗାଗା ଏକ ମ୍ୟାଗାଜିନ ପାଇଁ ନ୍ୟୁଡ ଫଟୋ ଶୁଟ୍‌ କରିଛନ୍ତି । ଭୋଗ୍‌ ମ୍ୟାଗାଜିନ୍‌ ପାଇଁ ଏହି ନ୍ୟୁଡ ଫଟୋଶୁଟ୍‌ କରିଛନ୍ତି । ଏହି ଫଟୋରେ ଲେଡି ଗାଗାଙ୍କ ଶରୀରର ଟାଟୁ ମଧ୍ୟ ଦେଖିବାକୁ ମିଳିଛି । ତଳେ ଶୋଇଥିବା ବେଳେ ଏହି ଫଟୋସୁଟ୍‌ କରିଛନ୍ତି । ଏହି ଫଟୋଶୁଟରେ ଲେଡି ଗାଗାର ହେୟାରଷ୍ଟାଇଲ୍‌ ଗୁଇଡୋ ପାଲାଉ ଏବଂ ପ୍ୟାଟ୍‌ ମ୍ୟାକ୍‌ ଗ୍ରାଥ୍‌ ଦ୍ୱାରା ମେକଅପ୍‌ କରାଯାଇଥିଲା । ଲେଡି ଗାଗାର ଏହି ଫଟୋସୁଟ୍‌କୁ ତାଙ୍କ ଫ୍ୟାନମାନେ ପସନ୍ଦ କରୁଛନ୍ତି । ଅନ୍ୟପଟେ ଲେଡି ଗାଗାର ଆଉ କିଛି ଫଟୋ ମଧ୍ୟ ଭୋଗର କଭରରେ ଆସିଛି । ତେବେ ଏହି ମ୍ୟାଗାଜିନ୍‌ ଡିସେମ୍ବରରେ ପ୍ରକାଶ ପାଇବ ।