ବୁର୍ଜ ଖଲିଫାରେ ଝଲସିଲା ଶାହାରୁଖଙ୍କ ଫଟୋ, ଭାଇରାଲ ହେଲା ଭିଡିଓଟ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି । ତାଙ୍କ ଜନ୍ମଦିନରେ ତାଙ୍କ ଘର ମନ୍ନତକୁ ଆଲୋକମାଳାରେ ସଜାଯାଇଥିଲା । ସେହିପରି ଦୁବାଇର ବୁର୍ଜ ଖଲିଫାରେ ତାଙ୍କ ଜନ୍ମ ଦିନରେ ତାଙ୍କ ନାମରେ ଆଲୋକିତ ହୋଇଛି । ଦୀପାବଳୀ ଓ ତାଙ୍କ ଜନ୍ମ ଦିନ ଦ୍ୱିଗୁଣିତ ହୋଇଛି । ଯେଉଁଠାରେ ଏହା ଖୁବ ଆଲୋକିତ ହୋଇଛି । ହେଲେ ଦୁବାଇର ଆଇକନିକ ବୁର୍ଜ ଖଲିଫା ମଧ୍ୟ ତାଙ୍କ ନାମରେ ଆଲୋକିତ ହୋଇଛି । ବୁର୍ଜ ଖଲିଫା ଟାୱାରରେ ତାଙ୍କର ବିଭିନ୍ନ ଚଳଚ୍ଚିତ୍ରର ଭିଜୁଆଲ୍‌ ପ୍ରଦର୍ଶନ କରି ଜନ୍ମଦିନର ଶୁଭେଚ୍ଛା ଦିଆଯାଇଥିଲା । ଏହାସହ ପ୍ରତିବର୍ଷ ବୁର୍ଜ ଖଲିଫାରେ କିଙ୍ଗ ଖାନଙ୍କୁ ସମ୍ମାନିତ କରାଯାଏ ।