ମଇଁଷି ପଲ ଉପରେ ଚଢିଗଲା ବସ, ଜଣେ ମୃତ

କୋରାପୁଟ : ମଇଁଷି ପଲ ଉପରେ ବସ ଚଢି ମଇଁଷି ଚରାଳୀ ମୃତ ସହ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହ ୫ ମଇଁଷିଙ୍କର ମଧ୍ୟ ମୃତ ହୋଇଛି । ପ୍ରକାଶ ଯେ, ୨୬ ନଂ ଜାତୀୟ ରାଜପଥ ସୁନାବେଡା ହାଲ ଗେଷ୍ଟ ହାଉସ ନିକଟରେ ଏହି ଦୁର୍ଘଟଣା ଘଟିଛି । ଅତ୍ୟଧିକ କୁହୁଡି ଲାଗି ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ସୁନାବେଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।