ରୁଷ ଓ ବେଲାରୁଷ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ୱିମ୍ବଲଡ

ଲଣ୍ଡନ: ବିଶ୍ୱ ଟେନିସର ଦୁଇ ନମ୍ବର ଖେଳାଳି ଡାନିଏଲ ମେଦଭେଦେଭଙ୍କୁ ଚଳିତ ବର୍ଷ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ନାହିଁ। କାରଣ ରୁଷ ଓ ବେଲାରୁଷ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ୱିମ୍ବଲଡନ୍‌। ଏହାର ଅର୍ଥ ଏହି ଦୁଇ ଦେଶର ଖେଳାଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ। ରୁଷ କ୍ରମାଗତ ଭାବେ ୟୁକ୍ରେନ ବିରୋଧରେ ଯୁଦ୍ଧ କରି ଚାଲି ଥିବାରୁ ୱିମ୍ବଲଡନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କେବଳ ରୁଷ ନୁହେଁ ବେଲାରୁସର ଖେଳାଳିଙ୍କ ଉପରେ ମଧ୍ୟ ସାମନ ପ୍ରତିବନ୍ଧକ ଲଗାଯାଇଛି। କାରଣ ରୁଷର ୟୁକ୍ରେନ ବିରୋଧୀ ଯୁଦ୍ଧକୁ ବେଲାରୁସ ସମର୍ଥନ କରିଛି।