ଡବ୍ଲ୍ୟୁପିଏଲ: ସବୁରି ମୁହଁରେ ମହିଳା କ୍ରିକେଟର ସାଇମା ଠାକୁର

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ମହିଳା ଆଇପିଏଲ । ଚଳିତ ମୁକାବିଲାରେ ଡାହାଣ ହାତୀ ପେସର୍‌ ସାଇମା ଠାକୁର କ୍ରିକେଟ୍‌ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ହରମନ ପ୍ରୀତ କୌର, ଶେଫାଳୀ ବର୍ମା ଓ ଜେମିମା ରୁଡ୍ରିଗୁସଙ୍କ ଭଳି ଖେଳାଳୀଙ୍କୁ ନାକେଦମ୍‌ କରିଛନ୍ତି ୨୭ ବର୍ଷୀୟା ସାଇମା । ୨୦୨୩ ଡିସେମ୍ବରରେ ସାଇମାଙ୍କୁ ୧୦ ଲକ୍ଷ ଟଙ୍କାରେ କିଣିଥିଲା ୟୁପି ୱାରିୟର୍ଜ ।

ଫେବୃଆରୀ ୨୪ ତାରିଖରେ ସାଇମା ପ୍ରଥମ ଥର ପାଇ ରୟାଲ ଚାଲେଞ୍ଜର୍ସ ବିରୋଧରେ ମଇଦାନକୁ ଓହ୍ଲାଇ ମହଙ୍ଗା ପ୍ରମାଣିତ ହୋଇଥିଲେ । ମାତ୍ର ଦୁଇଓଭର ବୋଲିଂ କରି ସେ ପ୍ରତିପକ୍ଷକୁ ୨୩ ରନ୍‌ ଦେଇଥିଲେ ଯାହା ତାଙ୍କର ଦକ୍ଷତା ପ୍ରତି ପ୍ରଶ୍ନବାଚୀ ଥିଲା ।

ଦକ୍ଷମନା ସାଇନା ଦବି ଯାଇ ନଥିଲେ । ବେଶ ଦୃଢ଼ତାର ସହିତ ମୁମ୍ବାଇ ଇଣ୍ଡିଆନ ବିପକ୍ଷରେ ମଇଦାନକୁ ଓହ୍ଲାଇଥିଲେ । ଉକ୍ତ ମ୍ୟାଚ୍‌ରେ ୟୁପି ୱାରିୟର୍ଜ ମୁମ୍ବାଇ ଇଣ୍ଡିଆନ ନିକଟରୁ ପରାସ୍ତ ହୋଇଥିଲା । ମାତ୍ର ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହରମନ ପ୍ରୀତ କୌରଙ୍କୁ ଆଉଟ୍‌ କରି ସାଇନା କ୍ରିକେଟ୍‌ ପ୍ରେମୀଙ୍କ ଆଖି ଝଲସାଇ ଦେଇଥିଲେ ।

ୱାରିୟର୍ଜ ତା’ର ପରବର୍ତୀ ମ୍ୟାଚ୍‌ ରେ ଭେଟିଥିଲା କ୍ୟାପିଟାଲ୍ସକୁ । ଉକ୍ତ ମ୍ୟାଚରେ ସାଇନା ତାଙ୍କର ଦ୍ୱିତୀୟ ଓଭରରେ ଓପନର ଶେଫାଳୀ ବର୍ମାଙ୍କୁ ପାଭିଲିୟନକୁ ପଠାଇ ଦେଇଥିଲେ । ଆଗଧାଡ଼ିର କ୍ରିକେଟର ଶେଫାଳୀଙ୍କୁ ରନ୍‌ ଖାତା ଖୋଲିବାକୁ ସୁଯୋଗ ନଦେଇ ସାଇନା ଆଗଧାଡ଼ିରେ ଗଣା ହେବାକୁ ରାସ୍ତା ପକ୍କା କରିଛନ୍ତି ।