ସିଏପିଏଫ୍‌ ରିକ୍ରୁଟମେଂଟ ୨୦୨୪: ଖାଲି ପଦବୀ ୪୧୭୮; ଆବେଦନ କରିବାକୁ ଅନୁରୋଧ

ନୂଆଦିଲ୍ଲୀ: ସେଂଟ୍ରାଲ ଆର୍ମଡ ପୁଲିସ ଫୋର୍ସ ଓ ଦିଲ୍ଲୀ ପୁଲିସ ପ୍ରଶାସନରେ ପ୍ରାୟ ୪୧୮୭ ପଦବୀ ଖାଲି ରହିଛି । ତାକୁ ପୂରଣ କରିବା ପାଇଁ ଶିକ୍ଷିତ ଛାତ୍ରଛାତ୍ରୀଙ୍କ ନିକଟରୁ ଆବେଦନ ପତ୍ର ଆହ୍ୱାନ କରାଯାଇଛି ।
ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ (ଏସ୍‌ ଏସ୍‌ ସି) ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି । ଚାକିରି ପାଇଁ ଛାତ୍ରଛାତ୍ରୀମାନେ ୱେବ୍‌ ସାଇଟ୍‌: ssc.gov.in କୁ ଯାଇ ଆବେଦନ କରିପାରିବେ ।
ଅନ୍‌ ଲାଇନ୍‌ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୮ ମାର୍ଚ୍ଚ ୨୦୨୪ । ମନୋନୟନ ପରୀକ୍ଷା ପାଇଁ ମେ’ ୯, ୧୦ ଓ ୧୩ ତାରିଖ ଧାର୍ଯ୍ୟ କରାଯାଇଛି ।