ଭୁବନେଶ୍ୱରରେ କମିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଇ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର କମାଇଛନ୍ତି । ତା’ର ପ୍ରଭାବ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସହର ଓ ଗ୍ରାମାଂଚଳରେ ଦେଖିବାକୁ ମିଳିଛି ।

ସଂଶୋଧିତ ଦର ଅନୁସାରେ ଏବେ ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୧୧ ପଇସା ଥିଲାବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୫୪ ପଇସା ହୋଇଛି ।

କିନ୍ତୁ କଟକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୮୦ ପଇସା ଓ ଡିଜେଲ ଲିଟର ପିଛା ୯୫ ଟଙ୍କା ୩୮ ପଇସା ବିକ୍ରି ଚାଲିଛି ।