ଗାଜାରେ ଅସ୍ଥାୟୀ ବନ୍ଦର କରିବ ଯୁକ୍ତରାଷ୍ଟ୍ର ଆମେରିକା

ୱାଶିଂଟନ: ଇସ୍ରାଏଲ ଓ ହମାସ ଘମାଘୋଟ ଲଢେ଼ଇ ଭିତରେ ଗାଜାବାସୀଙ୍କ ଦୁଃଖଦ ସ୍ଥିତି ଏବେ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଚଳିତ କରିଛି । ଯୁଦ୍ଧ ପ୍ରପୀଡ଼ିତ ଗାଜା ଅଂଚଳରେ ଭୋକ ଉପାସରେ କାଳାତିପାତ କରୁଥିବା ଜନତାଙ୍କୁ ଖାଦ୍ୟ, ବସ୍ତ୍ର, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ସେଠାରେ ଏକ ଅସ୍ଥାୟୀ ବନ୍ଦର ନିର୍ମାଣ କରିବାକୁ ଯାଉଛି ।

ଗାଜା ଉପକୂଳରେ ଏକ ବନ୍ଦର ନିର୍ମାଣ କରିବା ପାଇଁ ଆମେରିକା ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି ଜୋଏ ବାଇଡେନ ନିର୍ଦ୍ଦେଶ ଦେଇଛନ୍ତି । ଗାଜା ଜନତାଙ୍କ ପାଇଁ ଜାହାଜ ଜାହାଜ ଭର୍ତି ଖାଦ୍ୟ, ପୋଷାକ, ଔଷଧ ପଠାଯିବା ସହ ଅସ୍ଥାୟୀ ବାସଗୃହ ତିଆରି କରାଯିବ । ବୁଭୁକ୍ଷୁ ଲୋକଙ୍କ ସେବା ପାଇଁ ଦକ୍ଷ ଡାକ୍ତରୀ ଟିମ ପଠାଯିବାର ବନ୍ଦୋବସ୍ତ କରାଯିବ ।