ବନ୍ଧାହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ଼ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ଏନସିବି। ଲଗାତାର ୩ ଦିନର ଜେରା ପରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ମାମଲାରେ ରିୟାଙ୍କ ଭାଇ ସୌଭିକଙ୍କ ସମେତ ୯ ଜଣଙ୍କୁ ଗିରଫ ସରିଛି।

ଗିରଫ ପରେ ପ୍ରଥମେ ରିୟାଙ୍କର ମେଡ଼ିକାଲ ଟେଷ୍ଟ କରାଯିବ। ଏହା ପରେ ତାଙ୍କୁ ମାମଲାର ଅନ୍ୟ ତିନି ଅଭିଯୁକ୍ତଙ୍କ ସହ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି। ଚାରି ଜଣଙ୍କୁ ପୋଲିସ ରିମାଣ୍ଡରେ ରଖି ଅଧିକ ପଚରାଉଚରା କରିବାକୁ ଏନସିବି କୋର୍ଟରେ ଆବେଦନ କରିବ। ଶୁଣାଯାଉଛି କି ରିୟାଙ୍କୁ ଅନ୍ୟ ଅଭିଯୁକ୍ତଙ୍କ ସହିତ ସାମ୍ନାସାମ୍ନି ଜେରା କରାଯିବ ଏବଂ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଏନସିବି ତଦନ୍ତ କରିବ।

ରିୟାଙ୍କ ଗିରଫ ଖବର ଆସିବା ପରେ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ‘ସ୍ୱେତା ସିଂ କିର୍ତ୍ତି’ ଟ୍ବିଟରେ ଭଗବାନ ଆମ ସହ ଅଛନ୍ତି ବୋଲି ଲେଖିଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ବର୍ତ୍ତମାନ ସିବିଆଇ କରୁଛି। ତେବେ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ଏନସିବି ଏହାର ତଦନ୍ତ ଚଳାଇଛି। ପୂର୍ବରୁ ସୁଶାନ୍ତଙ୍କ ଆକାଉଣ୍ଟରୁ ଅର୍ଥ କାରବାର ନେଇ ଇଡି ମଧ୍ୟ ରିୟାଙ୍କୁ ଜେରା କରିସାରିଛି।