କଂଗ୍ରେସର ପିପିଲି ପ୍ରାର୍ଥୀ ହୋଇପାରନ୍ତି ବିଶ୍ୱକେତନ ମହାପାତ୍ର

ଭୁବନେଶ୍ୱର (ଏସ୍ ନ୍ୟୁଜ): କଂଗ୍ରେସର ପିପିଲି ପ୍ରାର୍ଥୀ ହୋଇପାରନ୍ତି ବିଶ୍ୱକେତନ ମହାପାତ୍ର। ପିସିସି ପକ୍ଷରୁ ଏଆଇସିସିକୁ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା ମିଳିଛି । ପିପିଲି ଉପନିର୍ବାଚନ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରହିଛି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ବାସିନ୍ଦା ବିଶ୍ୱକେତନ ମହାପାତ୍ର । ସେ ଜିଲ୍ଲା କଂଗ୍ରେସର ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି ।

ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋଭିଡ଼ରେ ମୃତ୍ୟୁ ପରେ ସ୍ଥଗିତ ରହିଥିବା ଉପନିର୍ବାଚନ ପାଇଁ ଏହାରି ଭିତରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମେ ମେ ୧୩ରେ ଭୋଟ ପାଇଁ ନିର୍ବାଚନ ଅଧିକାରୀ ଘେଷଣା କରିଥିବା ବେଳେ ପରେ ଇଦୁଲ ଫିତର ପାଇଁ ଏହାକୁ ମେ ୧୬ ତାରିଖକୁ ଘୁଂଚାଇ ଦିଆଯାଇଛି । ନୀୟମ ଅନୁସାରେ କେବଳ କଂଗ୍ରେସର ନୂଆ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ବିଜେଡ଼ି ଓ ବିଜେପିର ପ୍ରାର୍ଥି ଅପରିବର୍ତ୍ତିତ ରହିବେ ।