ରାଜ୍ୟର ଉତପ୍ତ ସହର ଭୁବନେଶ୍ବର ୪୨.୧

ଭୁବନେଶ୍ୱର,(ଏସ୍ ନ୍ୟୁଜ):ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଚ୍ବିଟ କରି ସୂଚନା ଦିଆଯାଇଛି କି, ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୨.୧ ଡିଗ୍ରୀ ସେଲସିୟସ ରହିଛି। ଆଜି ରାଜ୍ୟର ୧୨ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଯାହାକି ବୌଦ୍ଧ- ୪୨ ଡିଗ୍ରୀ , ସୋନପୁର -୪୧.୮ , ବାରିପଦା ୪୧.୬, ଟିଟଲାଗଡ ଓ ସମ୍ବଲପୁର ୪୧ , ଝାରସୁଗୁଡା ୪୦.୫ , ଅନୁଗୁଳ ଏବଂ ବଲାଙ୍ଗୀର ୪୦.୩ , ତାଳଚେର ୪୦.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ନୟାଗଡ ଏବଂ ଭବାନୀପାଟଣା ଠାରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କଟକ ୩୯.୮° ସେଲସିୟସ ରହିଛି। ଏଥିରୁ ସ୍ପଟ କି ରାଜ୍ୟର ସବୁଠୁ ଉତପ୍ତ ସହର ଭାବରେ ଭୁବନେଶ୍ୱର ପରିଗଣିତ ହେଇଅଛି।