ଭୁବନେଶ୍ୱର,(ଏସ୍ ନ୍ୟୁଜ):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ି ଚାଲିଛି ମୃତୁ୍ୟ ସଂଖ୍ୟା ମଧ୍ୟ ଚିନ୍ତା ବଢ଼ାଇଛି । ରାଜ୍ୟରେ ଭୟଙ୍କର ହୋଇ ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ । ଆଜି ଚିହ୍ନଟ ହୋଇଥିବା ୫୯୮ ଜଣ ଲୋକାଲ୍ କେସ ଭିତରୁ ଆଦିତ୍ୟ ନଗର, ଏମ୍ସ ନଗର, ବୁଦ୍ଧେଶ୍ୱର କଲୋନୀ, ଲିଙ୍ଗରାଜ ନଗର, ମଧୁସୂଦନ ନଗର, ଗଙ୍ଗନଗର, ଗୌତମ ନଗର, କପିଳପ୍ରସାଦ, ଫରେଷ୍ଟପାର୍କ, ଜିଜିପି କଲୋନୀ, ନିକୋ ପାର୍କ, ଓଲ୍ଡ ଷ୍ଟେସନ୍ ଛକ, ନୀଳଗଣ୍ଠ ନଗର, ଓଲ୍ଡ ବସ୍ତି ସାହି, ନାଗେଶ୍ୱର ଟାଙ୍ଗୀ, ଓୟୁଏଟି କଲୋନୀ, ପାଇକ ନଗର, ଶକ୍ତି ବିହାର, ସତ୍ୟନଗର, ସତ୍ୟ ବିହାର, ସାମନ୍ତରାପୁର ଭିଲେଜ, ସୌଭାଗ୍ୟ ନଗର, ସୂର୍ଯ୍ୟନଗର, ବାଣୀବିହାର ଓ ରୁପାଲି ଛକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଚାଲିଛି କରୋନାର ଦ୍ୱିତୀୟ ଲହର ସଂକ୍ରମଣ । ଲଗାତାର 3ଦିନ ହେଲା 6000ରୁ ଅଧିକ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ 24 ଘଣ୍ଟାରେ ରାଜ୍ୟରେ 6 ହଜାର 647 କରୋନା ସଂକ୍ରମିତ ଚିହ୍ନଟ ସହ ପୁଣି ନୂଆ ରେକର୍ଡ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1189 ପଜିଟିଭ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ 788 ସଂକ୍ରମିତ ଚିହ୍ନଟ । ରାଜ୍ୟରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।
ଆଜି ରାଜ୍ୟରେ 6 ହଜାର 215 କରୋନା ସଂକ୍ରମିତ ଚିହ୍ନଟ ଭିତରୁ 3855 କ୍ୱାରେଣ୍ଟାଇନରୁ ଓ 2792 ଲୋକାଲ କେସ ରହିଛି । 559 ପଜିଟିଭ ସହ ଆକ୍ରାନ୍ତ ଚିହ୍ନଟରେ ତୃତୀୟରେ ରହିଛି ନୂଆପଡା ଜିଲ୍ଲା । ପୁରୀ 395, କଳାହାଣ୍ଡି 361, ଝାରସୁଗୁଡ଼ା 343, କଟକ 336, ବରଗଡ 290 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନବରଙ୍ଗପୁରରୁ 224 ଆକ୍ରାନ୍ତ ଚିହ୍ନଟ ବେଳେ ବଲାଙ୍ଗୀର 234 ,ସମ୍ବଲପୁର 175, ଗଞ୍ଜାମ 161, ଅନୁଗୁଳ 141 ଓ ଷ୍ଟେଟପୁଲ 266 ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା 4,01,341କୁ ବୃଦ୍ଧି ପାଇଛି । ଏବେ ବି 43,304 ଆକ୍ରାନ୍ତ ସକ୍ରିୟ ଅଛନ୍ତି ।
ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୭୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫୯୮ ଜଣ ଲୋକାଲ୍ କେସ। ତେବେ ବିଏମ୍ସିକୁ ଚିନ୍ତାରେ ପକାଇଛି ପଟିଆ। ଆଜି ସେଠାରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି।