ଆଜି ଆଗତ କ୍ୟାବିନେଟ୍‌ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ୍-୧୯ ପରିସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ଯେପରି ଅତି ବିଗିଡ଼ିବାରେ ଲାଗିଛି, ଏପରି ସ୍ଥିତିର ସମୀକ୍ଷା ଏବଂ କରୋନଭାଇସ୍‌ ସଂକ୍ରମଣ କୁ ରୋକିବା ପାଇଁ କେଉଁ ସବୁ ପଦକ୍ଷେପ ଗ୍ରହଣ କରିହେବ, କରୋନାଭାଇସ୍‌ ସଂକ୍ରମଣର ଦ୍ବିତୀୟ ପ୍ରବାହ ଚାଲିଥିବା ବେଳେ ଏହି ମହାମାରୀ ପରିଚାଳନା ନିମ‌ନ୍ତେ ସେ ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ଆୟୋଜନ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ।

ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ବୈଠକ ବସିବ। ନିଷ୍ପତି ହୋଇଛି । ତେବେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମହାମାରୀ କରୋନାଭାଇସ୍‌ ସଂକ୍ରମଣ ଯେମିତି ଆଉ ଅଧିକ ବିସ୍ତାର ନ କରେ ସେ ନିମନ୍ତେ କେତେକ କଠୋର ନିଷ୍ପତ୍ତି ନିଆଯିବ ବୋଲି ସମ୍ଭାବନା ରହିଛି।