କଟକ(ଏସ୍ ନ୍ୟୁଜ): କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍। ଏ ନେଇ ସିଏମସି କମିସନର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସଂକ୍ରମଣ ବଢ଼ୁଥିବାରୁ ବ୍ୟବସାୟୀ ସଂଘ ଏଭଳି ନିଷ୍ପତ୍ତି ନେଉଛନ୍ତି। ସୋମବାରଠାରୁ ମେ ୧୫ ତାରିଖ ଯାଏଁ ଲକଡାଉନ୍ ଲାଗୁ କରିବାକୁ ସିଏମସିକୁ ଜଣାଇଛି ସଂଘ।
ମାର୍କେଟ ଆସୋସିଏସନ, ଟ୍ରେଡର ଆସୋସିଏସନମାନଙ୍କ ସହିତ ମିଟିଂ କରାଯାଇଥିଲା। ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରହିବ। ଏହି ନିୟମ ସୋମବାର ଠାରୁ ଲାଗୁ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘ ସ୍ବେଚ୍ଛାକୃତ ଭାବେ ଏଭଳି ନିଷ୍ପତ୍ତି ନେଇଛି। ଯାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। କରୋନାର ଚେନକୁ ଭାଙ୍ଗିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
ଔଷଧ ଦୋକାନ ଖୋଲା ରହିବ। ମାଲ ଗୋଦାମରେ ଲୋଡିଂ ଏବଂ ଅନଲୋଡିଂ ଉପରେ କୌଣସି କଟକଣା ନାହିଁ। ଅନଲାଇନରେ ଫୁଡ୍ ଡେଲିଭରି ମଧ୍ୟ ହୋଇପାରିବ ବୋଲି କହିଛନ୍ତି ସିଏମସି କମିସନର। ଏଥି ସହିତ ମାସ୍କ ପିନ୍ଧିବା, ସାନିଟାଇଜେସନ୍ ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି।