୩୯୯୧ ପଜିଟିଭ୍ ବାହାରିଲେ, ପୁଣି ୧୧ ମଲେ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୯୯୧ ନୂଆ କୋରନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୨୩୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୬୭୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧କୁ ବୃଦ୍ଧି ପାଇଛି। ଏହାବାଦ ପୁଣି ୧୧ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା ମହାମାରୀ।

https://twitter.com/IPR_Odisha/status/1303925965312065536?ref_src=twsrc%5Etfw
https://twitter.com/IPR_Odisha/status/1303925971041492993?ref_src=twsrc%5Etfw

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୬୮୭ ଜଣ, କଟକ ୩୯୨ ଜଣ, ପୁରୀରୁ ୩୩୨, ବଲାଙ୍ଗୀରରୁ ୧୮୦ ଜଣ, ବରଗଡ଼ରୁ ୧୬୯ ଜଣ, ମୟୂରଭଞ୍ଜରୁ ୧୬୦ ଜଣ, ଯାଜପୁରରୁ ୧୪୮ ଜଣ, କେନ୍ଦ୍ରାପଡ଼ାରୁ ୧୪୭ ଜଣ, କୋରାପୁଟରୁ ୧୨୭ ଜଣ, ନବରଙ୍ଗପୁରରୁ ୧୨୫ ଜଣ, ଅନୁଗୁଳରୁ ୧୧୪ ଜଣ, ସମ୍ବଲପୁରରୁ ୧୦୪ ଜଣ, ଢ଼େଙ୍କାନାଳରୁ ୧୦୧ ଜଣ, ଜଗତସିଂହପୁରରୁ ୧୦୯ ଜଣ, ସୁନ୍ଦରଗଡ଼ରୁ ୯୮ ଜଣ, ନୂଆପଡ଼ାରୁ ୯୬ ଜଣ, ଗଞ୍ଜାମରୁ ୯୫ ଜଣ, ଭଦ୍ରକରୁ ୮୨ ଜଣ, କେନ୍ଦୁଝରୁ ୮୧ ଜଣ, ବାଲେଶ୍ବରରୁ ୭୪ ଜଣ, କଳାହାଣ୍ଡିରୁ ୭୪ ଜଣ, ରାୟଗଡ଼ାରୁ ୫୮ ଜଣ, କନ୍ଧମାଳରୁ ୫୭ ଜଣ, ଝାରସୁଗୁଡାରୁ ୪୯ ଜଣ, ନୟାଗଡ଼ରୁ ୪୮ ଜଣ, ବୌଦ୍ଧରୁ ୪୧ ଜଣ, ମାଲକାନଗିରିରୁ ୧୯ ଜଣ, ଦେବଗଡ଼ରୁ ୧୮ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୧୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, କଟକ, ପୁରୀରୁ ୨ଜଣ ଲେଖାଏଁ ଏବଂ ଭଦ୍ରକ, ଗଞ୍ଜାମ, କୋରାପୁଟ, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖା ୫୯୧ ଛୁଇଁଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୩୩ ହଜାର ୧୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧ ଲକ୍ଷ ୦୫ ହଜାର ୨୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୨ ଲକ୍ଷ ୭୩ ହଜାର ୫୯୭ସାମ୍ପୁଲ ଟେଷ୍ଟ୍ ହୋଇଛି।