ବିଜେପିକୁ ଝଟକା: ଟିଏମ୍‌ସିକୁ ଫେରିପାରନ୍ତି ମୁକୁଲ ରାୟ

ପଶ୍ଚିମବଙ୍ଗ : ବିଜେପିକୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । ବିଧାନସଭା ନିର୍ବାଚନ ହାରିଯିବା ପରେ ବିଜେପିର ବଡ ନେତା ମୁକୁଲ ରୟଙ୍କ ଏବେ ଘର ବାହୁଡା ହେବାକୁ ଯାଉଛି । ଅର୍ଥାତ ସେ ପୁଣିଥରେ ଟିଏମସିକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । କୁହାଯାଉଛି ଯେ ସେ ତାଙ୍କ ପୁଅ ସୁଭ୍ରାଂଶୁ ସହ ତ୍ରୁଣମୂଳ କଂଗ୍ରେସକୁ ଫେରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଏ ନେଇ ସେ ଆଜି ପାର୍ଟି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ।