ପୋଲିସର ଗୁଳିମାଡରେ କ୍ୟାଡର ମାଓବାଦୀ ନିହତ- ଡିଜିପି ଅଭୟ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ପୁଲିସକୁ ମିଳୁଛି ଅନେକ ସଫଳତା । ରାଜ୍ୟରେ ମାଓବାଦୀଙ୍କ ଦମନଲୀଳା ବହୁ ମାତ୍ରାରେ ହ୍ରାସ ପାଇଛି । ବରଗଡ଼ ଜିଲା ପଦ୍ମପୁରରେ ଜଣେ ସିନିୟର କ୍ୟାଡର ମାଓବାଦୀ ଶୁକ୍ରବାର ନିହତ ହୋଇଥିବା ଡିଜିପି ଅଭୟ ସୂଚନା ଦେଇଛନ୍ତି । ପୋଲିସ ମାଓବାଦୀ ଗୁଳି ବିନିମୟରେ ଏହି କ୍ୟାଡର ମାଓବାଦୀଙ୍କ ନିହତ ହୋଇଛି । ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏସ୍ଓଜି ଓ ପୋଲିସର ମିଳିତ ଅପରେଶନରେ ଏହି ସଫଳତା ମିଳିଥିବା ଡିଜିପି ଅଭୟ ସୂଚନା ଦେଇଛନ୍ତି । ଏହି ଅପରେଶନରେ ବିଭିନ୍ନ ମାରଣାସ୍ତ୍ର ଓ ଏକେ ୪୭ ଜବତ ହୋଇଛି । ଡିଜିପି ଅଭୟ କହିଛନ୍ତି, ମାଓବାଦୀଙ୍କ ସଂଗଠନରେ ସାଧାରଣତଃ ସିନିୟର କ୍ୟାଡରମାନେ ଏକେ ୨୭ ବନ୍ଧୁକ ବ୍ୟବହାର କରନ୍ତି । ତେଣୁ ମୃତ ମାଓବାଦୀ ଜଣେ ସିନିୟର କ୍ୟାଡର ବୋଲି ଅନୁମାନ କରାଯାଉଛି । ତେବେ ମୃତ ମାଓବାଦୀର ପରିଚୟ ସ୍ପଷ୍ଟ ହୋଇପାରିନି ।