୩୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୪ ମୃତ


ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୯୯୬ ନୂଆ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୨୩୫୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୬୩୭ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭ କୁ ବୃଦ୍ଧି ପାଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ଜଣ, କଟକ ୩୫୪ ଜଣ, ପୁରୀରୁ ୨୭୯ , ବଲାଙ୍ଗୀରରୁ ୧୨୪ ଜଣ, ବରଗଡ଼ରୁ ୯୭ ଜଣ, ମୟୂରଭଞ୍ଜରୁ ୧୬୦ ଜଣ, ଯାଜପୁରରୁ ୧୧୯ ଜଣ, କେନ୍ଦ୍ରାପଡ଼ାରୁ ୧୩୦ ଜଣ, କୋରାପୁଟରୁ ୯୩ ଜଣ, ନବରଙ୍ଗପୁରରୁ ୧୫୧ ଜଣ, ଅନୁଗୁଳରୁ ୧୩୮ ଜଣ, ସମ୍ବଲପୁରରୁ ୯୧ ଜଣ, ଢ଼େଙ୍କାନାଳରୁ ୮୭ ଜଣ, ଜଗତସିଂହପୁରରୁ ୧୨୨ ଜଣ, ସୁନ୍ଦରଗଡ଼ରୁ ୮୮ ଜଣ, ନୂଆପଡ଼ାରୁ ୧୦୩ ଜଣ, ଗଞ୍ଜାମରୁ ୮୯ ଜଣ, ଭଦ୍ରକରୁ ୧୧୨ ଜଣ, କେନ୍ଦୁଝରୁ୬୦ ଜଣ, ବାଲେଶ୍ବରରୁ ୨୦୯ ଜଣ, କଳାହାଣ୍ଡିରୁ ୫୮ ଜଣ, ରାୟଗଡ଼ାରୁ ୧୦୫ ଜଣ, କନ୍ଧମାଳରୁ ୪୭ ଜଣ, ଝାରସୁଗୁଡାରୁ ୭୯ ଜଣ, ନୟାଗଡ଼ରୁ ୭୭ ଜଣ, ବୌଦ୍ଧରୁ ୩୯ ଜଣ, ମାଲକାନଗିରିରୁ ୪୭ ଜଣ, ଦେବଗଡ଼ରୁ ୧୦ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୨୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ୧୪ ଜଣକର ଜୀବନ ନେଇଛି ମହାମାରୀ କରୋନା । ଏହାକୁ ନେଇ ରାଜ୍ୟରେ ଶୁକ୍ରବାର ମୋଟ ମୃତ୍ୟୁ ସଂଖ୍ୟା ୬ଶହ ପାର କରିଛି । ୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫, ପୁରୀରୁ ୩, ମୟୁରଭଞ୍ଜରୁ ୨ ଏବଂ କଳାହାଣ୍ଡି, କୋରାପୁଟ, କଟକ, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୪୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧ ଲକ୍ଷ ୦୮ ହଜାର ଏକ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟାରେ ମୋଟ୍ ୫୦ ହଜାର ୪୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୪୨,୫୧୧, ଆରଟିପିସିଆରରେ ୭,୩୪୫ ଓ ଟ୍ରୁନଟ୍‌ରେ ୧୮୮ଟି କରୋନା ନମୁନା ପରୀକ୍ଷା କରାଯାଇଛି।