ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରିଜର୍ଭ ବ୍ୟାଙ୍କ ମାଷ୍ଟରକାର୍ଡ ଏସିଆ ପେସିଫିକ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥି ସହିତ ନୂଆ ଡେବିଟ ଅଥବା କ୍ରେର୍ଡିଟ କାର୍ଡ ଜାରି କରିବା ଉପରେ କଟକଣା ଲଗାଇଛି। ମାଷ୍ଟରକାର୍ଡ ତରଫରୁ ତଥ୍ୟର ସଠିକ ପରିଚାଳନା କରାଯାଇ ନଥିବାରୁ ରିଜର୍ଭ ବ୍ୟାଙ୍କ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନର ପ୍ରଭାବ ଭାରତରେ ଡିଜିଟାଲ ହେଉଥିବା ବ୍ୟାଙ୍କିଂ ଅର୍ଥବ୍ୟବସ୍ଥା ଉପରେ ପଡ଼ିବାର ଆଶଙ୍କା ରହୁଛି। କାରଣ ମାଷ୍ଟରକାର୍ଡ ଏହି କ୍ଷେତ୍ରରେ ବଡ଼ ଭୂମିକା ନେଇଛି।
ଆହୁରି ପଢ଼ନ୍ତୁ...