ଭାରତୀୟ ରିଜର୍ଭ ବ୍ୟାଙ୍କର ମାଷ୍ଟରକାର୍ଡ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ By Shaksi News Last updated Jul 15, 2021 0 ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରିଜର୍ଭ ବ୍ୟାଙ୍କ ମାଷ୍ଟରକାର୍ଡ ଏସିଆ ପେସିଫିକ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥି ସହିତ ନୂଆ ଡେବିଟ ଅଥବା କ୍ରେର୍ଡିଟ କାର୍ଡ ଜାରି କରିବା ଉପରେ କଟକଣା ଲଗାଇଛି। ମାଷ୍ଟରକାର୍ଡ ତରଫରୁ ତଥ୍ୟର ସଠିକ ପରିଚାଳନା କରାଯାଇ ନଥିବାରୁ ରିଜର୍ଭ ବ୍ୟାଙ୍କ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନର ପ୍ରଭାବ ଭାରତରେ ଡିଜିଟାଲ ହେଉଥିବା ବ୍ୟାଙ୍କିଂ ଅର୍ଥବ୍ୟବସ୍ଥା ଉପରେ ପଡ଼ିବାର ଆଶଙ୍କା ରହୁଛି। କାରଣ ମାଷ୍ଟରକାର୍ଡ ଏହି କ୍ଷେତ୍ରରେ ବଡ଼ ଭୂମିକା ନେଇଛି। ଆହୁରି ପଢ଼ନ୍ତୁ... ଗଞ୍ଜାମ ଜିଲ୍ଲା ସ୍ବର୍ଗତ ପଦ୍ମନାଭ… Aug 24, 2026 ଗଞ୍ଜାମ ଜିଲ୍ଲା (କାଫେ ଉଦଘାଟନ)… Aug 24, 2026 FIH ହକି ବିଶ୍ୱକପ୍ 2026 ର ପୁଲ୍ E… Aug 24, 2026 ଲୋକସେବା ଭବନରେ ପୌରସଂସ୍ଥାଗୁଡ଼ିକର… Aug 24, 2026 ମାଷ୍ଟରକାର୍ଡ ଉପରେ ନୂଆ କାର୍ଡ ଜାରି କରିବା ନେଇ କଟକଣା ଜୁଲାଇ ୨୨ରୁ ଆରମ୍ଭ ହୋଇଯିବ। ଆରବିଆଇ ଏହି କାର୍ଯ୍ୟାନୁଷ୍ଠାନ ମାଷ୍ଟରକାର୍ଡ ତରଫରୁ ପେମେଣ୍ଟ ସିଷ୍ଟମ ଡାଟା ଷ୍ଟୋରେଜ ସହିତ ଜଡ଼ିତ ନିୟମ ଉଲ୍ଲଂଘନ କରିବାର କାରଣ। ଆରବିଆଇ କହିଛି ଯେ, ପେମେଣ୍ଟ ସିଷ୍ଟମ ଡାଟାର ଷ୍ଟୋରେଜ ସହିତ ଜଡ଼ିତ ନିର୍ଦ୍ଦେଶ ପାଳନ କରିବାକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା ଏବଂ ସୁଯୋଗ ମିଳିବା ପରେ ବି ମାଷ୍ଟରକାର୍ଡ ଏହାକୁ ପାଳନ କରିନଥିଲା। Continue Reading 0 Share