ମୁମ୍ବାଇ: ବଲିଉଡର ଆଗଧାଡିର ସିଙ୍ଗର ନେହା କକ୍କଡ ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ନେହାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ନେହା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ଗତ କିଛି ଦିନ ହେବ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍ରୁ ନେହା ଦୂରେଇ ରହିଛନ୍ତି । ସେ ତାଙ୍କ ସ୍ୱାମୀ ରୋହନପ୍ରିତଙ୍କ ସହ ଛୁଟି କଟାଉଛନ୍ତି । ନେହାଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଛି । ତାଙ୍କୁ ଦେଖିଲା ପରେ ସେ କୁଆଡେ ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ବିମାନବନ୍ଦରରୁ ସାମ୍ନାକୁ ଆସିଥିବା ଫଟୋରେ ନେହା ଟିକେ ମୋଟା ଦେଖାଯାଉଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ଏପରିକି ଟ୍ୱିଟ୍ର ଏବଂ ଇନ୍ଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ମାନେ ଏହି ଖବର ସତ ନା ମିଛ ବୋଲି ତାଙ୍କୁ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ନେହା କିନ୍ତୁ ଏନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି ।