ଭୁବନେଶ୍ୱର,(ଏସ୍ ନ୍ୟୁଜ): ତୃତୀୟ ଲହର ପାଇଁ ଆମେ ପୁରା ପ୍ରସ୍ତୁତ ଅଛୁ । ଆମ ସର୍ଭିଲାନ୍ସ ଟିମ ବି ପ୍ରସ୍ତୁତ ଅଛି । ଟେଷ୍ଟିଂ ବଢାଯାଉଛି । ଟିକା ମିଳିବା ଅନୁଯାୟୀ ଟିକାକରଣ ଚାଲିଛି । ତୃତୀୟ ଲହର ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ପ୍ରତି ଲହର ୩ରୁ ୪ ମାସ ରହୁଛି । ଏହାକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି । ଏଥିପାଇଁ ଆମେ ସମସ୍ତେ ନିଜ ନିଜର ଦାୟିତ୍ୱ ନିର୍ବାହ କରିବା ଦରକାର । କୋଭିଡ ଏବେ ବି ଆମ ପରିବେଶ ଭିତରେ ବୁଲୁଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ବିଶେଷ କରି ଟ୍ୱିନସିଟିରେ ଅଧିକ ଏନଫୋର୍ସମେଣ୍ଟ ବଢାଯିବ । ରୋଗ ଥାଉ କି ନଥାଉ ସମସ୍ତେ କୋଭିଡ ଗାଇଡଲାଇନ ମାନନ୍ତୁ । ତୃତୀୟ ଲହର ଛୋଟ ହେଉ ଅବା ବଡ, ନିଶ୍ଚୟ ଆସିବ । ଏବେ ସଂକ୍ରମଣ କମିଛି । ତେବେ ଏବେଠୁ ସରକାରଙ୍କର ନିୟମାବଳୀକୁ ମାନିବାକୁ ପଡିବ । ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଭଳି ଦେଶମାନଙ୍କରେ ଆରମ୍ଭ ହୋଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ । ଅନ୍ୟପଟେ ରାଜ୍ୟରେ କୋଭିଡ କଟକଣା କମ କୋହଳ କରାଯାଇଛି । ଯାହା ଜିମ୍ ଓ ପାର୍ଲର ଖୋଲିବା ଭଳି ଅନେକ କିଛି ନିୟମରେ କୋହଳ କରାଯାଇଛି । ଅନ୍ୟପଟେ ମଧ୍ୟ ଓଡ଼ିଶାର ସୀମାବର୍ତ୍ତି ଅଞ୍ଚଳର ଜିଲ୍ଲାଗୁଡିକ ଉପରେ ନଜର ରଖାଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।