ସ୍ପଟ୍ ଫିକ୍ସିିଂ ବ୍ୟାନ୍ ଅବଧି ଶେଷ, ଫେରିବେ ଶ୍ରୀସନ୍ଥ

କୋଚି: ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ଏବେ କ୍ରିକେଟ ମୈଦାନକୁ ଫେରିବାକୁ ଯାଉଛନ୍ତି ଏସ୍ ଶ୍ରୀସନ୍ଥ। ଆଇପିଏଲରେ ସ୍ପଟ୍ ଫିକ୍ସିଂ ଯୋଗୁଁ ତାଙ୍କ ଉପରେ ଲଗାଯାଇଥିବା ବ୍ୟାନ୍ ଆଜି ଶେଷ ହୋଇଛି। ଏଣିକି ସେ କ୍ରିକେଟ ଖେଳିବାକୁ ସମ୍ପୁର୍ଣ୍ଣ ମୁକ୍ତ। ଏହି ଅବସରରେ ଆଉ କେବେ ବି କ୍ରିକେଟକୁ ଠକିବିନି ବୋଲି କହିଛନ୍ତି ଶ୍ରୀସନ୍ଥ।

S Sreesanth "Raring To Go" As Seven-Year Ban Nears End | Cricket News

୨୦୧୩ ଆଇପିଏଲରେ ଶ୍ରୀସନ୍ଥଙ୍କ ସମେତ ରାଜସ୍ଥାନ ରୟାଲ୍ସର ଅନ୍ୟ ଦୁଇ ଖେଳାଳିଙ୍କ ଉପରେ ସ୍ପଟ୍ ଫିକ୍ସିଂ ଅଭିଯୋଗ ଉଠିଥିଲା। ଏହା ସତ ବୋଲି ଜଣାପଡ଼ିବା ପରେ ତାଙ୍କ ଉପରେ ୭ ବର୍ଷର ବ୍ୟାନ୍ ଲଗାଇଥିଲା ବିସିସିଆଇ। ଏହି ଭୁଲ୍ ଯୋଗୁଁ ୭ ବର୍ଷ ଧରି କ୍ରିକେଟ ଖେଳିବାରୁ ବଞ୍ଚିତ ହୋଇଛନ୍ତି ଏହି ପୂର୍ବତନ ଭାରତୀୟ ଦଳର ଷ୍ଟାର ବୋଲର। ସେ ୨୦୧୩ରେ ଶେଷଥର ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ଆଇପିଏଲ ମ୍ୟାଚ୍ ଖେଳିଥିଲେ ଏବଂ ୨୦୧୧ ରେ ଶେଷଥର ପାଇଁ ଇଂଲଣ୍ଡ ଟୁରରେ ଭାରତୀୟ ସ୍କ୍ୱାର୍ଡ଼ରେ ସାମିଲ୍ ଥିଲେ।

ବ୍ୟାନ୍ ହଟିବା ପରେ ଶ୍ରୀସନ୍ଥ କହିଛନ୍ତି ଯେ, ‘ମୁଁ ଆଉ କଦାପି କ୍ରିକେଟ ସହ ପ୍ରତାରଣା କରିବି ନାହିଁ। ଏପରିକି କୌଣସି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ମଧ୍ୟ ନୁହେଁ। ମୁଁ ସହଜିଆ ବଲ୍ ପକାଏନି କି ହାରିବାକୁ ଚେଷ୍ଟା କରେନି। ଏବେ ମୁଁ ସମ୍ପୁର୍ଣ୍ଣ ମୁକ୍ତ, କିଛି ଆକ୍ଷେପ ଏବେ ନାହିଁ। ଏଣିକି ମୁଁ ସବୁଠୁ ଅଧିକ ଭଲ ପାଉଥିବା ଖେଳରେ ପ୍ରତିନିଧିତ୍ୱ କରିବି। ମୁଁ ମୋର ବହୁତ ଭଲ ପ୍ରଦର୍ଶନ ଦେବି’।

Sreesanth's spot-fixing ban ends | Cricket News | Onmanorama

ସେ ଏହା ମଧ୍ୟ କହିଛନ୍ତି କି, ‘ମୋ ପାଖରେ ଖେଳିବା ଲାଗି ଆଉ ମାତ୍ର ୫ ରୁ ୭ ବର୍ଷ ସମୟ ଅଛି। ଇତିମଧ୍ୟରେ ମୁଁ ମୋର ପ୍ରତ୍ୟକଟି ବଲକୁ ସର୍ବଶ୍ରେଷ୍ଠ ବନେଇବାକୁ ଚେଷ୍ଟା କରିବି। ଭାରତୀୟ ଟିମ୍ ପାଇଁ ଖେଳିବାର ସୁଯୋଗ ଆଉ ନ ପାଇଲେ ବି ଯେଉଁ ଟିମ୍ ପାଇଁ ଖେଳିବି ନିଜର ଭଲ ପ୍ରଦର୍ଶନ ଦେବି। ଏବେ ସେ ସବୁ ଅନୁଭବକୁ ବାଣ୍ଟିବି’।

ସୂଚନାଯୋଗ୍ୟ, ୩୭ ବର୍ଷୀୟ ଶ୍ରୀସନ୍ଥ ୨୦୦୭ ର ଟି ଟ୍ୱେଣ୍ଟି ଏବଂ ୨୦୧୧ର ଦିନିକିଆ ବିଶ୍ୱକପରେ ଭାରତୀୟ ଦଳରେ ସାମିଲ୍ ଥିଲେ। ଏହି ଦ୍ରୁତ ବୋଲର ୮୭ ଟି ଅନ୍ତର୍ଜାତୀୟ ଟେଷ୍ଟ୍ ୱିକେଟ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୧୧ ୱିକେଟ ହାସଲ କରିଛନ୍ତି। ଗତ ବର୍ଷେ ଧରି ସେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ଲାଗି ନିଜର ଅଭ୍ୟାସ ଜାରି ରଖିଛନ୍ତି।