ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ଆଂଶିକ ସ୍କୁଲ ଖୋଲିଥିବା ବେଳେ ବିଦ୍ୟାଳୟକୁ ଆସିବା ଇଚ୍ଛାଧିନ ବୋଲି ସରକାର କହିଛନ୍ତି । ପିତାମାତାଙ୍କ ଅନୁମତି କ୍ରମେ ପିଲା ସ୍କୁଲ ଆସିପାରିବେ ବୋଲି ମଧ୍ୟ ଶିକ୍ଷା ବିଭାଗ ଘୋଷଣା କରିଛି । ଏହାପରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ୪୮ ପ୍ରତିଶତ ପିତାମାତା ନିଜର ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଚାହୁଁନାହାନ୍ତି । କରୋନା ଭ୍ୟାକସିନ ନଲାଗିବା ଯାଏ ସେମାନେ ପିଲାଙ୍କୁ ବିଦ୍ୟାଳୟ ପଠାଇବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି । ଦେଶର ହୋଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି । ଅନଲାଇନ ପ୍ଲାଟଫର୍ମ ଲୋକାଲ ସ୍କଲାର୍ସ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ୩୨ ହଜାରରୁ ଅଧିକ ପିତାମାତା ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୩୨ ପ୍ରତିଶତ ଅଭିଭାବକ କହିଛନ୍ତି, ଯଦି ଜିଲ୍ଲାରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ମୁକ୍ତ ହୋଇଯାଏ ତେବେ ସେମାନେ ନିଜ ପିଲାଙ୍କୁ ସ୍କୁଲ ଛାଡ଼ିବେ । ଅନ୍ୟପଟେ ୪୮% ପିତାମାତା କହିଛନ୍ତି ସେମାନଙ୍କ ପିଲାଙ୍କୁ କରୋନା ଟିକା ନଲଗାଇପବା ଯାଏଁ ସେମାନେ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବେ ନାହିଁ । କିନ୍ତୁ ୨୧ ପ୍ରତିଶତ ଲୋକେ ତାଙ୍କର ପିଲାଙ୍କୁ ସ୍କୁଲ୍ ଛାଡ଼ିବାକୁ ରାଜି ଥିବା କହିଛନ୍ତି ।