ମୁମ୍ବାଇ: ପୁଣି ବଲିଉଡର ଖିଲାଡି ଅକ୍ଷୟ କୁମାର ୧ କୋଟି ଦାନ କରି ଚର୍ଚ୍ଚାକୁ ଆସିଛନ୍ତି । କରୋନା ମହାମାରୀ ଆରମ୍ଭରୁ ହିଁ ସଚେତନତା ସୃଷ୍ଟି କରି ଚାଲିଛନ୍ତି ଅକ୍ଷୟ । ଏହି ମହାମାରୀ ବେଳେ ସ୍କୁଲ ବନ୍ଦ ପଡିଥିବା ବେଳେ ସେ ସ୍କୁଲ ତିଆରି କରିବା ପାଇଁ ଦେଇଛନ୍ତି କୋଟିଏ ଟଙ୍କା । ଜମ୍ମୁ କାଶ୍ମୀରରେ ସ୍କୁଲର ପୁନଃନିର୍ମାଣ ପାଇଁ ସେ ଏହି ଟଙ୍କା ଦାନ କରିଛନ୍ତି । ନିକଟରେ ଅକ୍ଷୟ କୁମାର କାଶ୍ମୀରର ଯବାନଙ୍କୁ ଭେଟିଥିଲେ । ଏହି ଗସ୍ତ ସମୟରେ ସେ କାଶ୍ମୀରରେ ନିରୁ ଗାଁରେ ଥିବା ସ୍କୁଲର ଅବସ୍ଥା ଦେଖି ତା’ର ପୁନଃନିର୍ମାଣ ପାଇଁ ସହାୟତା ଘୋଷଣା କରିଥିଲେ । ୧ କୋଟି ଟଙ୍କା ଦାନ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ ।