ବରଗଡ, (ଏସ୍ ନ୍ୟୁଜ): ବରଗଡ଼ ଟାଉନ ଥାନା ଅନ୍ତର୍ଗତ କୁରୁଆଁ ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ବରଗଡ଼ ସହରର ଇମତିଆଜ କ୍ୟୁରେସି ବୋଲି ସୂଚନା ମିଳିଛି । ଟାଉନ ପୁଲିସ ଏନେଇ ଘଟଣାସ୍ଥଳକୁ ପହଞ୍ଚି ସାଇଣ୍ଟିଫିକ୍ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ଛେଳି ଚୋରିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।