ବିହାରର ଦୈତାରୀ ନାୟକ ଲୌଙ୍ଗି ଭୂୟାଁ

ପାଟନା: ପାଣି ଅଭାବରେ ମରୁଡ଼ି ପଡ଼ୁଥିବା ୧୦୦ ଏକର ଜମିକୁ ଜଳସେଚନର ବ୍ୟବସ୍ଥା କରାଇଥିଲେ ଓଡ଼ିଶାର ଦୈତାରୀ ନାୟକ। ବିନା କାହାର ସାହାଯ୍ୟରେ ୩ କିମି ଲମ୍ବର କେନାଲ୍ ଖୋଳି ନଈ ପାଣିକୁ ଗାଁକୁ ଆଣିଥିଲେ ଏବଂ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ତାଙ୍କ ଭଳି ବିହାରର ଗୟା ଜିଲ୍ଲାର ଜଣେ ବୃଦ୍ଧ ଲୌଙ୍ଗି ଭୂୟାଁ ସମାନ କାମ କରି ଚର୍ଚ୍ଚାକୁ ଆସିଛନ୍ତି।

लौंगी भुईयां, बिहार का दूसरा 'मांझी' जिसने लगातार 30 साल मेहनत कर खोद डाला  3 KM लम्बा नहर

ଗୟା ଜିଲ୍ଲାଠୁ ୮୦ କିମି ଦୂର କୋଠିଲୱା ଗାଁ। ସେହି ଗାଁରେ ଚାଷୀ ଲୌଙ୍ଗି ଭୂୟାଁଙ୍କ ଘର। ବଣ ଜଙ୍ଗଲରେ ଘେରା ଗାଁ ଲୋକଙ୍କର ମୂଳ ବେଉସା ଚାଷ ଓ ପଶୁପାଳନ। ତେବେ ଫସଲ ଫଳାଇବାକୁ ପାଣିର ଅଭାବ ପଡ଼ୁଥିଲା। ଅନ୍ୟପଟେ ପାହାଡ଼ରୁ ଗଡ଼ୁଥିବା ପାଣି ସବୁ ସିଧା ନଈରେ ଯାଇ ମିଶୁଥିଲା। ଲୌଙ୍ଗି ଭୂୟାଁ ସେହି ପାଣିକୁ ଗାଁକୁ ଆଣିବାକୁ ପ୍ରଣ କଲେ। ପ୍ରାୟ ୩୦ ବର୍ଷ ଯାଏଁ କୋଦାଳ ଫାଉଡ଼ା ଚଲାଇ ଶେଷରେ ସେ ସଫଳ ହୋଇଛନ୍ତି। ୩ କିମି ଲମ୍ବର କେନାଲ ନିଜେ ପରିଶ୍ରମରେ ଖୋଳାଇ ଗାଁକୁ ପାଣି ଆଣିଛନ୍ତି। ତାଙ୍କର ଏହି କାରନାମା ଏବେ ଦେଶବ୍ୟାପୀ ଚର୍ଚ୍ଚାରେ। ଅନେକେ ତାଙ୍କୁ ମାଉଣ୍ଟେନ୍ ମ୍ୟାନ୍ ଦଶରଥ ମାଝୀଙ୍କ ସହ ତୁଳନା କରୁଛନ୍ତି।

ସମାନ ଭାବେ ଗୋନାସିକା ପର୍ବତକୁ ୩ କିମି ଯାଏଁ ଖୋଳି ଦୈତାରୀ ନାୟକ ଏକ କେନାଲ ଖୋଲିଥିଲେ। ତାଙ୍କରି ପ୍ରଚେଷ୍ଟା ଯୋଗୁଁ କେନ୍ଦୁଝର ତଳ ବୈତରଣୀ ଗାଁର ୧୦୦ ଏକର ଜମି ଚାଷ ଉପଯୋଗୀ ହୋଇଥିଲା। ଓଡ଼ିଶାର ଏହି ଜଳ ମଣିଷଙ୍କୁ ଭାରତ ସରକାର ପଦ୍ମଶ୍ରୀ ଦେଇ ସମ୍ମାନିତ କରିଛନ୍ତି।