ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ହେଲେ ଉପେନ୍ଦ୍ର ତ୍ରିପାଠୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ୧୯୮୦ ବ୍ୟାଚ କର୍ଣ୍ଣାଟକ କ୍ୟାଡର ତଥା ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ର ତ୍ରିପାଠୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଉପଦେଷ୍ଟା ତଥା ସଭାପତି ଭାବେ ନିଯୁକ୍ତ ହେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ରାଷ୍ଟ୍ରମନ୍ତ୍ରୀ ପାହ୍ୟ ସହ ଏହି ଦାୟିତ୍ୱ ତୁଲାଇବେ । ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ ଉପେନ୍ଦ୍ର ତ୍ରିପାଠୀ। ବର୍ତ୍ତମାନ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଭାବେ କାର୍ଯ୍ଯ କରୁଛନ୍ତି । ପୂର୍ବରୁ ଆଦର୍ଶ ବିଦ୍ୟାଳୟ ସଂଗଠନ ନେଇ ତାଙ୍କର ଅଭିଜ୍ଞତା ରହିଛି । କର୍ଣ୍ଣାଟକରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସେ ପୂର୍ବରୁ କାର୍ଯ୍ଯ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ଜୁନ୍ ୩ ତାରିଖରେ ତତ୍କାଳୀନ ଉପଦେଷ୍ଟ ବିଜୟ କୁମାର ସାହୁଙ୍କ କରୋନାରେ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା ।