ଭୁବନେଶ୍ୱର(ଏସ୍ ନ୍ୟୁଜ): କରୋନା ଯୁଦ୍ଧରେ ହାରିଗଲେ କୋଭିଡ଼ ଯୋଦ୍ଧା। ରାଜଧାନୀର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଏଏସଆଇ ଶିଶିର କୁମାର ସେଠୀଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେ ଜଣେ ଭଲ ଅଫିସର ଥିଲେ। ସଦାସର୍ବଦା ନିଜ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ୍ ଜଣାଶୁଣା ଥିଲେ ଏଏସଆଇ ଶିଶିର । ଡ୍ୟୁଟି ସମୟରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ତାଙ୍କ ପରିବାର ସଦସ୍ୟ ଓ ୩ ନାବାଳିକା ଝିଅଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ଆଶ୍ବାସନା ଦିଆଯାଇଛି।
