ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିରେ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକଙ୍କ ପ୍ରତି ଥିବା କର୍ତ୍ତବ୍ୟନିଷ୍ଠ ଓ ନିସ୍ୱାର୍ଥପର ଭଲପାଇବା ଏବଂ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଆଦର୍ଶ, ସାମୁହିକ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ବ୍ଲକ ଡିମିରିସେଣା ପଞ୍ଚାୟତର ସାହୁପଡା ଗ୍ରାମରେ ଗତକାଲି ସନ୍ଧ୍ୟା ୫ଟା.୩୦ ମିନିଟ୍ ସମୟରେ ଡିମିରିସେଣା ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ପ୍ରକାଶ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ସାହୁପଡା, ରାଏଁକେରା, ପାରିକୁଳ ଓ ବାଲିପୋଖରି ଗ୍ରାମର ସହ ସହ ବିଜପି ପରିବାର ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଭଗବାନ ନାୟକ, ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ଵାଇଁ, ଜିଲ୍ଲା ପରିଷଦ କୈଳାସ ଚନ୍ଦ୍ର ପରିଡା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ, ବ୍ରହ୍ମଗିରି ସମିତି ସଭ୍ୟ ଯୁଧିଷ୍ଠିର ନାୟକ, ତଳମାଳ ପଞ୍ଚାୟତ ପୂର୍ବତନ ସରପଞ୍ଚ ବାଳକୃଷ୍ଣ ପେଣ୍ଠେଇ, ପୁରୀ ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାନେତ୍ରୀ ଶକୁନ୍ତଳା ମିଶ୍ର ଓ ପଞ୍ଚାୟତ ସଭାପତି ପର୍ଶୁରାମ ପ୍ରଧାନ, ପୂର୍ବତନ ସଭାପତି ପ୍ରଫୁଲ୍ଲ ଜଗଦେବ, ପୂର୍ବତନ ସମିତି ସଭ୍ୟ ପ୍ରଭାକର ସାହୁ, ପୂର୍ବତନ ସରପଞ୍ଚ ମହେଶ୍ୱର ବେହେରା, ସାହୁପଡା ଗ୍ରାମ ବିଜୁ ଜନତା ଦଳର ମୁରବି ଦୁର୍ଯ୍ୟୋଧନ ସାହୁ ଉପସ୍ଥିତ ଥିଲେ ।