କୋଣାକ, (ଏସ୍ ନ୍ୟୁଜ): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ସକାଳ ୫ଟାରେ ମନ୍ଦିର ପହଡ଼ ଖୋଲା ଯାଇଛି । ଦୀର୍ଘ ୬ ମାସ ପରେ ପୁଣି ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ । କରୋନା କଟକଣାରେ ବନ୍ଦ ହୋଇଥିବା ମନ୍ଦିର ଖୋଲିବା ପରେ ଖୁସି ହୋଇଛନ୍ତି ଭକ୍ତ ଓ ସେବାୟତ । ଏହାସହ କୋଭିଡ ଗାଇଡଲାଇନ ଭିତରେ ଖୋଲିଛି ମା’ ମଙ୍ଗଳା ମନ୍ଦିର । ପ୍ରଥମେ ଭକ୍ତଙ୍କୁ ସ୍କାନିଂ ସହିତ ସାନିଟାରୀ କରି ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି । ମାସ୍କକୁ ବାଧ୍ୟତାମୂଳକ କରିବା ସହିତ ମଙ୍ଗଳା ମନ୍ଦିର ଭିତରେ ବାରିକେଟ୍ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ଭକ୍ତମାନେ ପୂର୍ବଦ୍ୱାର ପଟେ ମା’ଙ୍କୁ ଦର୍ଶନ କରି ଉତ୍ତର ଦ୍ୱାର ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ।