ରେକର୍ଡ଼ ସଂଖ୍ୟକ ୪୧୯୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜିର ରିପୋର୍ଟରେ ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୪୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୭୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୭୨୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ସେହିଭଳି ପୁଣି ୧୧ ରୋଗୀଙ୍କ ଗତ ୨୪ ଘଣ୍ଟାରେ ପ୍ରାଣହାନୀ ଘଟିଛି।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭୫୮ ଜଣ, କଟକରୁ ୩୬୭ ଜଣ, ପୁରୀରୁ ୩୧୦ ଜଣ, ବଲାଙ୍ଗୀରରୁ ୧୯୭ ଜଣ, ସୁନ୍ଦରଗଡ଼ରୁ ୧୯୫ ଜଣ, ଯାଜପୁରରୁ ୧୫୬ ଜଣ, କେନ୍ଦ୍ରାପଡ଼ାରୁ ୧୪୩ ଜଣ, ରାୟଗଡ଼ାରୁ ୧୩୬ ଜଣ, ମୟୂରଭଞ୍ଜରୁ ୧୩୩ ଜଣ, ବାଲେଶ୍ବର ସ ସମ୍ବଲପୁର ଜିଲ୍ଲାରୁ ୧୩୦ ଜଣ ଲେଖାଏଁ,ନୂଆପଡ଼ାରୁ ୧୧୬ ଜଣ, ଅନୁଗୁଳରୁ ୧୦୮ ଜଣ,କୋରାପୁଟରୁ ୯୯ ଜଣ,ନବରଙ୍ଗପୁରରୁ ୯୮ ଜଣ, ଜଗତସିଂହପୁରରୁ ୯୭ ଜଣ, ଝାରସଗୁଡା ଓ ବରଗଡ଼ ଜିଲ୍ଲାରୁ ୯୫ ଜଣ ଲେଖାଏଁ, କଳାହାଣ୍ଡିରୁ ୯୩ ଜଣ, ଢ଼େଙ୍କାନାଳରୁ ୮୦ ଜଣ, କନ୍ଧମାଳରୁ ୭୮ ଜଣ, ସୋନପୁରରୁ ୭୪ ଜଣ, କେନ୍ଦୁଝରୁ ୬୩ ଜଣ, ଭଦ୍ରକରୁ ୫୩ ଜଣ, ଗଞ୍ଜାମରୁ ୪୪ ଜଣ, ନୟାଗଡ଼ରୁ ୪୩ ଜଣ, ଦେବଗଡ଼ରୁ ୩୪ ଜଣ ମାଲକାନଗିରିରୁ ୨୨ ଜଣ, ବୌଦ୍ଧରୁ ୧୯ ଜଣ, ଗଜପତିରୁ ୧୪ ଜଣ ଏବଂ ଷ୍ଟେଟ୍ ପୁଲ‌ରୁ ୨୧୮ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୧୧ ଜଣଙ୍କ ଜୀବନ ନେଇଛି ଘାତକ କରୋନା । ସଂପୃକ୍ତ ୧୧ ଜଣ କରୋନା ମୃତକଙ୍କ ମଧ୍ୟରୁ କଟକରୁ ୪ ଜଣ, ଖୋର୍ଦ୍ଧା ଓ ବଲାଙ୍ଗୀରରୁ ୨ ଜଣ ଲେଖାଏଁ, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୫୫ ହଜାର ୦୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୫ ହଜାର ୬୪୨ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧ ଲକ୍ଷ ୧୮ହଜାର ୬୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୋଟ ୬୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୨୪ ଲକ୍ଷ ୭୨ ହଜାର ୫୧୭ ସାମ୍ପୁଲ ଟେଷ୍ଟ୍ ହୋଇଛି।