ଭାଣିଜୀ କଲା ପ୍ରେମ ବିବାହ, ମାମୁଁ ପିଇଲା ବିଷ

ପୁରୀ(ଏସ୍ ନ୍ୟୁଜ): କଲେଜ ପଢ଼ୁଆ ଭାଣିଜୀକୁ ସ୍କୁଟି, ମୋବାଇଲ୍ ଫୋନ ସବୁ କିଛି ଦେଇଥିଲା ମାମୁଁ। ମନ ଭିତରେ ବଢ଼ିଲା ଭାଣିଜୀ ପ୍ରତି ଜାଗି ଉଠିଥିଲା ଏକ ତରଫା ପ୍ରେମ। ହେଲେ ଭାଣିଜୀ ଅନ୍ୟ ଜଣେ ଜଣେ ଯୁବକଙ୍କୁ ପ୍ରେମ କରି ସିଧା ଫେରାର ହୋଇ କୋର୍ଟରେ ବାହା ହୋଇଗଲେ। ଏ କଥାକୁ ସହି ନ ପାରି ଥାନା ଆଗରେ ବିଷ ପିଇଛି ହତାସିଆ ମାମୁଁ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା।

Property dealer kills self in Ambala: Property dealer kills self in Ambala  | Chandigarh News - Times of India

୨୨ ବର୍ଷୀୟ ଭାଣିଜୀ(ଛଦ୍ମନାମ ପିଙ୍କି) ଜଣକ ପିଲା ବେଳୁ ବଳଙ୍ଗା ଥାନା ଅଧୀନସ୍ଥ ମାମୁଁ ଘର ଗାଁରେ ରହି ପାଠ ପଢ଼ୁଥିଲେ। ଦଶମ ପରେ ସେଇଠି ରହି ନିମାପଡ଼ା ମହିଳା ମହାବିଦ୍ୟାଳୟକୁ ମଧ୍ୟ ପଢ଼ିବାକୁ ଯାଉଥିଲେ। ଇତିମଧ୍ୟରେ ଅନେକ ଯୁବତୀଙ୍କ ସହ ସମ୍ପର୍କରେ ରହୁଥିବା ତାଙ୍କ ବଡ଼ ଅଜାଙ୍କ ପୁଅ(ମାମୁଁ)ଙ୍କର ଖରାପ ନଜର ପଡ଼ିଥିଲା ଭାଣିଜୀ ପିଙ୍କିଙ୍କ ଉପରେ। ପିଙ୍କିଙ୍କୁ ସେ ମନେ ମନେ ପ୍ରେମ କରୁଥିଲେ ଓ ତାଙ୍କ ପାଇଁ ସ୍କୁଟି ଓ ମୋବାଇଲ୍ ଫୋନ୍ କିଣି ଆଣିଥିଲେ। ହେଲେ ପିଙ୍କି କଲେଜ ଯିବା ବାଟରେ ଦୁଇ ବର୍ଷ ହେବ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ିସାରିଥିଲେ। ମାମୁଁ ଏକଥା ଜାଣିବା ପରେ ପିଙ୍କିଙ୍କୁ ବାରଣ କରିଥିଲେ ଏବଂ ମାଡ଼ ବି ଦେଇଥିଲେ।

ଶେଷରେ ଦିନେ ହଠାତ୍ ପିଙ୍କି ପ୍ରେମ କରୁଥିବା ଯୁବକଙ୍କ ସହ ଫେରାର୍ ହୋଇଗଲେ। ସିଧା କୋର୍ଟରେ ପହଞ୍ଚି ବରଣ ମାଳା ପକାଇବା କାମ ସାରିଦେଲେ। ହତାସିଆ ମାମୁଁ ଏ ଖବର ଶୁଣି ପାଗଳ ହୋଇଗଲେ। ସେ ପିଙ୍କିଙ୍କୁ ଖୋଜି ଖୋଜି ଯାଇ ସିଧା ତାଙ୍କ ପ୍ରେମିକଙ୍କ ସହ ହାତାହାତି ସ୍ଥିତି ଉପୁଜିଲା। ଏହାପରେ ପିଙ୍କି ବଳଙ୍ଗା ଥାନାରେ ମାମୁଁଙ୍କ ନାଁରେ ଏତଲା ଦେଇଥିଲେ। ସେପ୍ଟେମ୍ବର ୧୨ ରେ ମାମୁଁଙ୍କୁ ପୋଲିସ ଥାନାକୁ ଡକାଇଥିଲା। ହେଲେ ଥାନା ଗେଟ୍ ପାଖରେ ପିଙ୍କି ଆଉ ତାଙ୍କ ପ୍ରେମିକକୁ ଦେଖି ମାମୁଁଙ୍କ ମୁଣ୍ଡ କାମ କଲାନି। ‘ତତେ ମାରିବିନି, ମୁଁ ମରିଗଲେ କଥା ସରିବ’ ଏତିକି କହି ସେ ପକେଟରୁ ବିଷ ବୋତଲ କାଢ଼ି ସିଧା ପିଇଦେଲେ।

Eaten up with jealousy, Class VIII student from MP poisons classmate who  got more marks than her- Edexlive

ପରେ ବଳଙ୍ଗା ଥାନା ପୋଲିସ ପ୍ରଥମେ ପିଙ୍କିଙ୍କ ମାମୁଁଙ୍କୁ ବଳଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଅଣାଯାଇଛି। ଭାଣିଜୀ ଅନ୍ୟତ୍ର ବିବାହ କରିବାରୁ ପାଗଳା ମାମୁଁର ଏ ହରକତ ଏବେ ଅଞ୍ଚଳବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି। ଗଳି କନ୍ଦିରେ ଲୋକେ ଏ ବିଷୟରେ କୁହାକୁହି ହେଉଛନ୍ତି।