ନୂଆଦିଲ୍ଲୀ: ବମ ପକାଇ ଦିଲ୍ଲୀ ବିମାନବନ୍ଦର ଉଡାଇ ଦେବାକୁ ଧମକ ଆସିଛି। ପୁଲିସକୁ ଏମିତି ଏକ ଧମକପୂର୍ଣ୍ଣ ଇ-ମେଲ ଆସିଛି। ଏହି ଇ-ମେଲ ଆସିବା ପରେ ଇନ୍ଧିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ଏହି ଇ-ମେଲରେ ଆତଙ୍କବାଦୀ ସଂଗଠନ ଅଲ କାଏଦା ଦ୍ୱାରା ବିମାନବନ୍ଦର ଉପରେ ଆକ୍ରମଣ ଯୋଜନା ଉଲ୍ଲେଖ କରାଯାଇଛି। ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ଏହି ଇ-ମେଲ୍ ଆସିଥିଲା। ଏଥିରେ ଲେଖାଯାଇଛି ଯେ, କରନବୀର ସୁରୀ ଓରଫ ମହମ୍ମଦ୍ ଜଲାଲ୍ ଏବଂ ତାଙ୍କ ପତ୍ନୀ ଶୈଳୀ ଶାରା ଓରଫ ହସୀନା ସିଙ୍ଗପୁରରୁ ଭାରତ ଆସୁଛନ୍ତି।
Prev Post