ଯାଜପୁର, (ଏସ୍ ନ୍ୟୁଜ୍) : ଦିନ ଦ୍ୱିପ୍ରହରେ ବିଭିନ୍ନ ଆଳ ଦେଖାଇ ଲୁଟୁଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବିଶ୍ବେଶ୍ୱର ମନ୍ଦିର ନିକଟରୁ ମୋବାଇଲ ଲୁଟିନେଲା ଦୁର୍ବୃତ୍ତ । ସ୍ଥାନୀୟ ଖରମଙ୍ଗି ଗାଁର ବିଶ୍ୱଜିତ ସାହୁ ଭୈରବାନନ୍ଦ ମହାବିଦ୍ୟାଳୟର ଛାତ୍ର । ତେବେ ସେ କଲେଜ ନିକଟକୁ କୋଚିଂ କ୍ଳାସ ଯାଇଥିଲେ । ଫେରିବା ବେଳେ ଜଣେ ଯୁବକଙ୍କୁ ଲିପ୍ଟ୍ ମାଗିଥିଲେ ବିଶ୍ୱଜିତ । ଦୁର୍ବୃତ୍ତ ଜଣକ ତାଙ୍କୁ ଗାଡିରେ ବସାଇ ଆଣିଥିଲା । ଲୁଟେରା ଜଣଙ୍କ ବିଶ୍ୱଜିତଙ୍କୁ ତାଙ୍କ ଘର କେଉଁଠି ପଚାରିବା ସହ ଘରେ ଛାଡିଦେବ ବୋଲି କହିଥିଲା । ଛାତ୍ର ଜଣକ ଲୁଟେରାକୁ ବିଶ୍ୱାସ କରି ତାକୁ ସମସ୍ତ ଠିକଣା କହିଥିଲା । ତେବେ ରାସ୍ତାରେ ଆସିବା ବେଳେ ବିଶ୍ବେଶ୍ୱର ମନ୍ଦିର ନିକଟରୁ ଲିପ୍ଟ ଦେବାକୁ କହି ପ୍ରଥମେ ଗାଡିରେ ବସାଇ ଆଣିଲା । କିଛି ରାସ୍ତା ଯିବା ପରେ ଫୋନ ଖରାପ ଅଛି କହି ଛାତ୍ରଙ୍କୁ ତାଙ୍କ ଫୋନ ମାଗି କଲ୍ କରିବା ପାଇଁ କହିଥିଲା । ଲୁଟେରା କଥାରେ ବିଶ୍ୱାସ କରି ବିଶ୍ୱଜିତ ତାକୁ ଫୋନ କରିବା ପାଇଁ ଦେଇଥିଲେ । ଫୋନ କରିବା ସହ ସେ ଛାତ୍ରଙ୍କ ହାବଭାବକୁ ନଜର କରୁଥିଲା । ତେବେ ସୁଯୋଗ ପାଇ ଆଖି ପିଛୁଳାକେ ବାଇକ ଧରି ଫେରାର ହୋଇଯାଇଥିଲା । ଘଟଣାର ପୁରା ଦୃଶ୍ୟ କିଛି ଦୂରରେ ଲାଗିଥିବା ଏକ ୋକାନରେ କଏଦ ହୋଇଯାଇଥିଲା । କଥା ହେଉଛି ସାମାନ୍ୟ ଅନ୍ୟମନସ୍କ ଯୋଗୁଁ ଲୁଟର ଶିକାର ହୋଇଛନ୍ତି ଜଣେ କଲେଜ ଛାତ୍ର । ଲୁଟେରାମାନେ ଅଭିନବ ଉପାୟରେ ଲୁଟତରାଜ କରୁଛନ୍ତି ।