ଅଭିନେତ୍ରୀ ରଶ୍ମିକାଙ୍କ ଖୁଲାସା

ମୁମ୍ବାଇ : ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତ୍ରୀ ରଶ୍ମିକା ମନ୍ଦନା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଖୁବ୍‌ ଶୀଘ୍ର ‘ମିଶନ୍‌ ମଜନୁ’ ସହିତ ହିନ୍ଦୀ ସିନେମାରେ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି । ସେ ଏବେ ଅମିତାଭଙ୍କ ସହ୍ମ ‘ଗୁଡ୍‌ ବାଏ’ ଫିଲରେ କାମ କରୁଛନ୍ତି । ଏହି ସମୟରେ ତାଙ୍କର ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ସାମ୍ନାକୁ ଆସିଛି, ଯେଉଁଥିରେ ସେ କହୁଛନ୍ତି, ବଲିଉଡର ସବୁଠାରୁ ଭୟଙ୍କର ହେଉଛି ସେଠାକାର ଲୋକ । ଫିଲ୍ମ କମ୍ପାନିୟନ ଉପରେ ଏକ ଭର୍ଚୁଆଲ୍‌ ଇଣ୍ଟରଭ୍ୟୁରେ ରଶ୍ମିକା ମନ୍ଦନା ଜଣେ ସାମ୍ବାଦିକଙ୍କୁ ଏହା କହିଛନ୍ତି । ତେବେ ଏହାର କିଛି ସମୟ ପରେ ସେ ବାର୍ତ୍ତାଳାପ ବଦଳାଇ ସୁପରଷ୍ଟାର ଅମିତାଭଙ୍କ ସହ ଏହି ପ୍ରସଙ୍ଗରେ ସ୍ପଷ୍ଟ କରି କହିଛନ୍ତି ଯେ ସେ ବଚ୍ଚ଼ନ ସାହାବଙ୍କ ପରି ଦିଗଜ ବ୍ୟକ୍ତିତ୍ତ୍ୱଙ୍କୁ ଡରୁଛନ୍ତି । ଏହି କଥାକୁ ଆଗକୁ ବଢାଇ ସେ କହିଛନ୍ତି ଯେ ‘ସମସ୍ତ କଳାକାର ତାଙ୍କୁ ସମ୍ମାନ କରନ୍ତି ଏବଂ ମୁଁ ତାଙ୍କ ଉପସ୍ଥିତିରେ ନର୍ଭସ ଅନୁଭବ କରେ । ଅମିତାଭଙ୍କ ପରି ବଡ ଧରଣର ବ୍ୟକ୍ତିଙ୍କ ସହିତ କାମ କରିବାବେଳେ ଏହା ସର୍ବଦା ଘଟେ ।