ଜି. ଉଦୟଗିର, (ଏସ୍ ନ୍ୟୁଜ): ଉଉଣୀକୁ ଅସଦାଚରଣ କରିବାରୁ ଉତକ୍ଷିପ୍ତ ହୋଇ ଭାଇର ବର୍ବର କାଣ୍ଡ । ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା କଲା ଭାଇ । ରାସ୍ତାରେ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛି ଭାଇ । ଚକାପାଦ ଥାନା ସୁବଳୟା ଗାଁର ଏହି ଘଟଣା । ମୃତକ ହେଲେ ଯଶୋବନ୍ତ ବେହେରା । ଘଟଣାସ୍ଥଳରେ ଚକାପାଦ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମକରନ୍ଦ ନାୟକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।