ନୂଆଦିଲ୍ଲୀ : ଦେଶର ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ ଜାଗା କିଣିପାରିବେ ବୋଲି ଧାରା ୩୭୦ ଉଚ୍ଛେଦ ପରେ ନିୟମରେ ପରିବର୍ତ୍ତନ କରାଯାଇଥିଲା । ତେବେ ଗତ ଦୁଇ ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀରରେ କେତେ ଲୋକ କିଣିଛନ୍ତି ସମ୍ପତ୍ତି ସଂସଦରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ସରକାର । ୨୦୧୯ରୁ ଆଜି ପର୍ୟ୍ୟନ୍ତ କେବଳ ୨ ଜଣ ଜାଗା କିଣିଛନ୍ତି ବୋଲି ସରକାର କହିଛନ୍ତି । କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସରକାରଙ୍କ ପକ୍ଷରୁ ଲୋକସଭାରେ ଏହି ବିବୃତ୍ତି ରଖିଛନ୍ତି । ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ଏବେ ଜାଗା କିଣିବାକୁ ସରକାର କିମ୍ବା ସାଧାରଣ ଲୋକମାନଙ୍କୁ କୌଣସି ପ୍ରକାରର ଅସୁବିଧା ହେଉନାହିଁ । ୨୦୧୯ ଅଗଷ୍ଟ ୫ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ଏହାପରେ ଜାମ୍ମୁ କାଶ୍ମୀର ଓ ଲଦ୍ଦାଖକୁ ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିବର୍ତ୍ତନ କରିଥିଲେ ସରକାର । ଏଠାରେ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ମଧ୍ୟ ଲାଗୁ କରାଯାଇଛି । ଏଠାରେ ବିଧାନସଭା ନିର୍ବାଚନ କରିବା ପାଇଁ ମଧ୍ୟ ସରକାର ପ୍ରସ୍ତୁତି କରୁଛନ୍ତି ।