ଦେଶରେ ୪୦,୧୨୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିନକ ମଧ୍ୟରେ ୪୨,୨୯୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ୩,୧୩,୦୨,୩୪୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଲେଣି । ଦେଶରେ ସଂପ୍ରତି ୩,୮୫,୨୨୭ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦେଶରେ ଆରୋଗ୍ୟ ହାର ୯୭.୪୬% ରହିଛି । ଏଥିସହିତ ଦୈନିକ ସଂକ୍ରମଣ ହାର ୨.୦୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୧୩% ରହିଥିବା ଜଣାଯାଇଛି । ଗୁରୁବାର ସଂଧ୍ୟା ସୁଦ୍ଧା ୪୮.୯୪ କୋଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୫୨.୯୫ କୋଟି ପାନ ଟିକା ଦିଆଯାଇଛି।