ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟ ରେ ରାମମୂର୍ତ୍ତି ଦୋରାଙ୍କ ସ୍ମୃତି ସଭା

ବରଗଡ,(ଏସ୍ ନ୍ୟୁଜ୍): ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ବରଗଡ଼ ଅନୁକୂଲ୍ୟରେ ଶ୍ରୀ ରାମମୂର୍ତ୍ତି ଦୋରାଙ୍କ ର ସ୍ମୃତିରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଆଶୁତୋଷ ଦେ ଙ୍କର ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ସରକାରୀ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ତଥା ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରାଜେଶ କୁମାର ଖମାରୀ ଯୋଗ ଦେଇ ବର୍ତ୍ତମାନ ପରିପ୍ରେକ୍ଷୀ ରେ ସ୍କାଉଟ ଓ ଗାଇଡ଼ ଶିକ୍ଷକ ତଥା ଛାତ୍ର ଛାତ୍ରୀ ମାନଙ୍କର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ଦେ ଓଡିଶା ସ୍କାଉଟ ଓ ଗାଇଡ଼ ର ପୁରୋଧା ଶ୍ରୀ ରାମମୂର୍ତ୍ତି ଦୋରା ଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଛାତ୍ରୀ ମାନେ ସବୁ ଧର୍ମ ର ଏକ ଏକ ପ୍ରାର୍ଥନା ଗୀତ ବୋଲିଥିଲା ବେଳେ ଶ୍ରୀ ପ୍ରେମାନନ୍ଦ ବେହେରା ଓ ଶ୍ରୀ ଜୀବନନନ୍ଦ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଭୁବନେଶ୍ୱର ମହାକୁଡ଼, ସୁଦର୍ଶନ ମହାକୁଡ଼, ନିଲିମ ରାଣୀ ମହାନ୍ତି , ହରେକୃଷ୍ଣ ମେହେର,ରଶ୍ମୀ ରଞ୍ଜନ ରାଉତରାଏ ସଭକାର୍ଯ୍ୟ ରେ ସାହାଯ୍ୟ କରିଥିଲେ। ଏହି ସଭାରେ ପଦ୍ମପୁର ଉପଖଣ୍ଡ ର ୪୫ ଜଣ ସ୍କାଉଟ ମାଷ୍ଟର ଓ ୫ ଜଣ ଗାଇଡ଼ କ୍ୟାପ୍ଟନ ଯୋଗ ଦେଇ ଥିଲେ ।