ନୂଆଦିଲ୍ଲୀ: କଳାକାର ତଥା ନୃତ୍ୟ ଶିଳ୍ପୀ ତ୍ରିଶାକର ମଧୁଙ୍କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ତାଙ୍କର ଏକ ଏମଏମଏସ ଭିଡିଓ ଭାଇରାଲ ହୋଇଛି । ଭିଡିଓଟି ଭାଇରାଲ ହେବା ପରେ ଅଭିନେତ୍ରୀଙ୍କ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ମଧୁଙ୍କ ଯେଉଁ ଏମଏମଏସ ଭିଡିଓ ଭାଇରାଲ ହେଉଛି ସେଥିରେ ସେ ଜଣେ ପୁରୁଷ ସହ ନଜର ଆସିଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ବିବାଦ ଘେରକୁ ଆସିଛନ୍ତି । ଏହି ଘଟଣାକୁ ନେଇ କହିଛନ୍ତି, ଉପରବାଲା ସବୁ ଦେଖୁଛି । ମୋତେ ଅପମାନ କରିବା ପାଇଁ ମୋର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଦିଆଯାଇଛି । ବିହାରରେ ଏତେ ଅସଭ୍ୟ ଲୋକ ଅଛନ୍ତି, ମୁଁ ଜାଣି ନଥିଲି । ଆପଣମାନେ ଯଦି ବାସ୍ତବରେ ମୋର ସମର୍ଥକ ଏହି ଭିଡିଓକୁ ଡିଲିଟି କରି ଦିଅନ୍ତୁ । ଅଜଥାରେ କଥା ଆଗକୁ ବଢାନ୍ତୁ ନାହିଁ । ଆପଣଙ୍କ ଘରେ ବି ମା’ ଓ ଭଉଣୀ ଅଛନ୍ତି ବୋଲି ସେ କହିଛନ୍ତି ।